Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳା ପଲସରରେ ଆସି ଝାମ୍ପି ନେଲେ ୧୭ ଲକ୍ଷ ଟଙ୍କା

by ସଞ୍ଜୟ ସ୍ୱାଇଁ
April 3, 2023
in Crime, State
କଳା ପଲସରରେ ଆସି ଝାମ୍ପି ନେଲେ ୧୭ ଲକ୍ଷ ଟଙ୍କା
148
VIEWS
Share on FacebookShare on Twitter

ଫୁଲବାଣୀ, (ବାଘୁଆବାର୍ତ୍ତା): କଳା ପଲସରରେ ଆସି ଝାମ୍ପି ନେଇଗଲେ ୧୭ ଲକ୍ଷରୁ ଅଧିକ ଟଙ୍କା। ଜଣେ ଗ୍ରୋସରୀ ହୋଲ୍‌ସେଲ୍ ବ୍ୟବସାୟୀଙ୍କ ଠାରୁ ହୋଇଛି ଏହି ଲୁଟ୍। ଏହି ଅଭିଯୋଗ ଆସିଛି ଫୁଲବାଣୀରୁ। ଲୁଟର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାଁ ଅଜୟ ପାତ୍ର। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ତାଙ୍କ ଗୁମାସ୍ତା ରମେଶ ପ୍ରଧାନଙ୍କ ସହିତ ଏକ ସ୍କୁଟିରେ ପ୍ରଥମେ ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ। ସେଠାରେ କିଛି ଟଙ୍କା ଜମା କରିବା ପରେ ବାକି ୧୭ ଲକ୍ଷ ୫୦ ହଜାର ଟଙ୍କା ଧରି ହାଟପଦା ନିକଟସ୍ଥ ଆକ୍ସିସ୍ ବ୍ୟାଙ୍କକୁ ଯାଉଥିଲେ। ଏହି ସମୟରେ ପଲସରରେ ଦୁଇ ଜଣ ଲୁଟେରା ଆସି ଗୁମାସ୍ତା ରମେଶ ପ୍ରଧାନଙ୍କ ହାତରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଥିଲେ। ଲୁଟେରାମାନେ ହଠାତ ବ୍ୟାଗ୍ ଟାଣି ନେବାରୁ ସ୍କୁଟିଟି ଭାରସାମ୍ୟ ହରାଇଥିଲା ଏବଂ ଅଜୟ ଓ ରମେଶ ତଳେ ପଡ଼ି ଯାଇଥିଲେ। ସେମାନେ ପାଟି କଲା ବେଳକୁ ଲୁଟେରାମାନେ ଫେରାର ହୋଇଯାଇଥିଲେ। ଲୁଟ୍‌ର ଶିକାର ହୋଇଥିବା ଅଜୟ ପାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଭାଇ ଘଟଣା ସଂପର୍କରେ ଟାଉନ ଥାନାରେ ଏତଲା ଦେଇଛନ୍ତି। ଟାଉନ ଥାନା ଆଇଆଇସି ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। ଆକ୍ସିସ ବ୍ୟାଙ୍କ ଓ ଘଟଣାସ୍ଥଳ ଆଖପାଖ ଦୋକାନଗୁଡ଼ିକରେ ଲାଗିଥିବା ସିସିଟିଭି ଫୁଟେଜକୁ ସଂଗ୍ରହ କରି ସେଗୁଡ଼ିକୁ ଯାଞ୍ଚ କରି ପୁଲିସ୍ ଲୁଟେରାମାନଙ୍କୁ ଧରିବା ପାଇଁ ପ୍ରୟାସ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!