Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୁଦ୍ଧ ଘରୁ ମିଳିଛି ମହିଳାଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
September 10, 2021
in Crime, State
ରୁଦ୍ଧ ଘରୁ ମିଳିଛି ମହିଳାଙ୍କ ମୃତଦେହ
104
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରୁଦ୍ଧ ଘରୁ ମହିଳାଙ୍କ ଗଳିତ ମୃତଦେହ ମିଳିବା ଘଟଣାରେ ପୁଲିସ ଅକଳରେ ପଡି଼ଛି । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି । ଭରତପୁର ଥାନା ପୁଲିସ୍‌ ଭିସାରା ରିପୋର୍ଟ ଭରସାରେ ଅଛି । ସେପଟେ ହତ୍ୟା ଅଭିଯୁକ୍ତ ତଥା ଗୀତା ସେଠୀଙ୍କ ପୁରୁଷବନ୍ଧୁ ସାଜିଥିବା ମିସ୍ତ୍ରୀକୁ ଗିରଫ କରିଛି କମିଶନରେଟ ପୋଲିସ। ବ୍ୟବଚ୍ଛେଦ ରିପୋର୍ଟରୁ କେବଳ ଏତିକି ଜଣାପଡ଼ିଛି ଯେ, ମୃତ୍ୟୁ ପୂର୍ବରୁ କିମ୍ବା ପରେ କୌଣସି ଧାରୁଆ ଅସ୍ତ୍ର ଯୋଗେ ଗୀତାଙ୍କୁ ଆକ୍ରମଣ କରାଯାଇନି । ମୃତଦେହରେ ବାହ୍ୟ ଆଘାତର ଚିହ୍ନ ନାହିଁ । କିନ୍ତୁ ମୃତଦେହଟି ପଚି ଯାଇଥିବାରୁ ବ୍ୟବଚ୍ଛେଦରୁ ଅଧିକ ତଥ୍ୟ ମିଳିପାରିନି । ଏପରିସ୍ଥଳରେ ପୁଲିସ ସନ୍ଦେହ କରୁଛି, ହତ୍ୟାକାରୀ ଜଣକ ତଣ୍ଟି ଚିପି ଗୀତାଙ୍କୁ ମାରିଥାଇ ପାରେ । ନଚେତ୍‌, ତକିଆ କିମ୍ବା କପଡ଼ା ଯୋଗେ ମୁହଁକୁ ମାଡି଼ ରଖି ତାଙ୍କର ଶ୍ୱାସରୁଦ୍ଧ କରିଥାଇ ପାରେ । ଖାଦ୍ୟ କିମ୍ବା ପାନୀୟରେ ବିଷ ମିଶାଇ ଗୀତାଙ୍କୁ ପିଇବାକୁ ଦେଇଥାଇ ପାରେ । ବ୍ୟବଚ୍ଛେଦ କରିଥିବା ଏମ୍ସ ଡାକ୍ତରୀଦଳ ମୃତଦେହର ଆଭ୍ୟନ୍ତରୀଣ ଅଙ୍ଗର ପାକସ୍ଥଳୀ, କିଡ୍‌ନୀ, ଶ୍ୱାସନଳୀର କିଛି ନମୁନା ସଂଗ୍ରହ କରିଛନ୍ତି । ଏସବୁକୁ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର (ଏସ୍‌ସିଆର୍‌ବି)କୁ ପଠାଯାଇଛି । ସେଠାରେ ଭିସାରା ପରୀକ୍ଷା ପରେ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ଆଶା ରଖିଛି । ସେପଟେ ଗୀତାଙ୍କ ପରିବାର ଲୋକଙ୍କ ମୃତଦେହକୁ ଏମ୍ସ ହସ୍ପିଟାଲରୁ ଖୋର୍ଦ୍ଧା ବୋଲଗଡ଼ସ୍ଥିତ ଗାଁକୁ ନେଇଯାଇଛନ୍ତି । ସେମାନେ ଥାନାରେ ସମ୍ପୃକ୍ତ ମିସ୍ତ୍ରୀ ବିରୋଧରେ ଏକ ଏତାଲା ଦେଇଥିଲେ । ସେମାନେ ଅଭିଯୋଗ କରିଛନ୍ତି, ଗୀତା କାମ କରିବାକୁ ବାହାରକୁ ଯାନ୍ତି । ମିସ୍ତ୍ରୀଜଣକ ଗୀତାକୁ ଫୁସୁଲାଇ ଭୁବନେଶ୍ୱର ନେଇ ପଳାଇଥିଲା । ସେ ହିଁ ଗୀତାକୁ ମାରି କି କୁଆଡ଼େ ପଳାଇଛି ବୋଲି ଅଭିଯୋଗ କରିଥିଲେ। ସୂଚନା ମୁତାବିକ,ଗତ ୭ ତାରିଖରୁ ମହିଳାଙ୍କ ମୃତଦେହ ଠାବ କରିଥିଲା ପୋଲିସ। ଭରତପୁର ଥାନା ଅନ୍ତର୍ଗତ ରୁଚିକା ମାର୍କେଟ ନିକଟ ମହାବୀର ବସ୍ତିରୁ ମୃତଦେହ ମିଳିଥିଲା । ମୃତ ମହିଳା ହେଲେ ଖୋର୍ଦ୍ଧା ବୋଲଗଡ ଅଞ୍ଚଳର ଗୀତାଞ୍ଜଳି ସେଠୀ।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!