ଦାରିଙ୍ଗବାଡି, (ବାଘୁଆବାର୍ତ୍ତା): କନ୍ଧମାଳରେ ପୁଣି ଲଜ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା, ନେଡ଼ିପାଙ୍ଗା ଗ୍ରାମାରେ । ନେଡ଼ିପାଙ୍ଗାରେ ଗ୍ରାମର ରୁହନ୍ତି଼ ସ୍ୱର୍ଗତ ପ୍ରହଲ୍ଲାଦ କଂହର ଙ୍କ ପତ୍ନୀ କଇଁଆ କଂହର ଏବଂ ସାଙ୍ଗରେ ପୁଅ, ଝିଅ । ସ୍ୱାମୀ ପ୍ରହଲ୍ଲାଦ ଚାଲି ଗଲା ପରେ ସ୍ତ୍ରୀ କଇଁଆ କଂହର ଦିନ ମଜୁରୀ କରି ଚଲିବା ସହିତ ନିଜ ପିଲାଙ୍କୁ ପାଠପଢ଼ା ସହ ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ପଡ଼ିଥାଏ କଇଁଆ କଂହରଙ୍କୁ । ହେଲେ ଝିଅ ୨୦୨୨ ମସିହାରେ ଦଶମଶ୍ରେଣୀ ପାସ କଲା ପରେ ଘରର ପରିସ୍ଥିତି ଦେଖି ଆଉ ଆଗକୁ ପାଠ ପଢ଼ାଇ ପାରିନଥିଲେ ମା କଇଁଆ କଂହର । ମାଆକୁ ସାହାଯ୍ୟ କରିବାକୁ ଯାଇ ନିଜେ ମାଙ୍କ ସାଙ୍ଗରେ ଦିନ ମଜୁରୀ କାମ କରିବାକୁ ଯାଉଥିଲା ନାବାଳିକା ଝିଅ । ବୁଡ଼ାଗୁଡା, ଅଡ଼ାବାଲି ଠାରେ ନିର୍ମାଣ ହେଉଥିଲା ବସୁଧା ଯୋଜନାରେ ନୂଆ ପାଣି ଟାଙ୍କି ସେଠାକୁ କାମ କରିବାକୁ ଯାଉଥିଲେ । ସ୍ଥାନୀୟ କିଛି ଲୋକେ ଏବଂ ଅନ୍ୟ ଗ୍ରାମର ଲୋକେ ଆସି ରହି ପାଣି ଟାଙ୍କି ନିର୍ମାଣ କରୁଥିଲେ । ସେହି ପାଣି ଟାଙ୍କି ନିର୍ମାଣ କରବାକୁ ଯାଉଥିଲେ କଇଁଆ କଂହରଙ୍କ ନାବାଳିକା ଝିଅ । ତେବେ କିଛିଦିନ କାମକୁ ଗଲା ପରେ ସେହି ଜାଗାରେ ରହି କାମ କରୁଥିବା ନୂଆଗାଁ ଗ୍ରାମରେ ସାଇନା ବିନ୍ଧାଣି(୨୪) ଙ୍କ ସହ କଇଁଆ କଂହରଙ୍କ ନାବାଳିକା ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରତେକ ଦିନ ଦେଖା ସାକ୍ଷାତ ହେବା ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢିଉଠିଥିଲା । ଘଟଣାଟି ଆସ୍ତେ ଆସ୍ତେ ପ୍ରଘଟ ହେବାକୁ ଲାଗିଥିଲା । ପରେ ଜଣା ପଡିଥିଲା କଇଁଆ କଂହରଙ୍କ ନାବାଳିକା ଝିଅ ଗର୍ଭବତୀ । ପରେ ସେହି ଜାଗାରୁ ସାଇନା ବିନ୍ଧାଣି ନାବାଳିକାକୁ ନେଇ ଘର ଭଡା ନେଇ ନୂଆଗାଁ ରେ ରଖିଥିଲା । ନାବାଳିକା ପେଟରେ ଥିବା ପିଲାକୁ ନଷ୍ଟ କରିବାକୁ ସାଇନା ଯୋଜନା କରୁଥିବାବେଳେ ନାବାଳିକା ସୁଯୋଗଦେଉନଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପ୍ରତେକ ଦିନ ଝଗଡ଼ା ଲାଗିରହୁଥିଲା । ଏମିତି କିଛିଦିନ ପରେ ହଠାତ ସାଇନା କୁଆଡ଼େ ଚାଲି ଯାଇଥିଲା ଯେ, ଆଉ ଘରକୁ ଫେରି ନଥିଲା କି କୌଣସି ଯୋଗାଯୋଗରେ ବି ରହିନଥିଲା । କିଛି ଦିନ ନାବାଳିକା ଘରେ ରହିଲା ପରେ ଏବେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।





