ବନ୍ଧୁଗାଁ, (ବାଘୁଆବାର୍ତ୍ତା): ବନ୍ଧୁଗାଁ ଥାନା ଅନ୍ତର୍ଗତର ବନ୍ଧୁଗାଁ ବ୍ଲକର ଗାରିଡି ପଞ୍ଚାୟତର ଗୋଟିପୁଟ ଓ ଗାରିଡି ଗ୍ରାମର ଚାରି ଜଣ ଛେଳି ଚୋରଙ୍କୁ ବନ୍ଧୁଗାଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଳ୍ପ କିଛିଦିନ ତଳେ ଗୋଟିପୁଟ ଗ୍ରାମର ଚେରୁଙ୍ଗୁ ମେଲେକାଙ୍କ ସାତୋଟି ଛେଳି ଚୋରି ହୋଇଥିଲା । ଉକ୍ତ ସିଜେଲି ଗୁଡିକୁ ଗୋଟିପୁଟ ଗ୍ରାମର ଅବି ମାଣ୍ଡିଙ୍ଗ, ପିତା ସଦାରାମ ମାଣ୍ଡିଙ୍ଗ, ରାମେୟା ମାଣ୍ଡିଙ୍ଗ ପିତା ସାୟା ମାଣ୍ଡିଙ୍ଗ, ଏବଂ ଗାରିଡି ଗ୍ରାମର ରଞ୍ଜିତ ଗରଡା ପିତା ଈଶ୍ଵର ଗରଡା, ସରୋଜ ଗରଡା ପିତା ପାତ୍ର ଗରଡା, ମିଳିତ ଭାବେ ଛେଳି ଚୋରି କରିଥିଲେ । ଛେଳି ଚୋରି କରିବା ପରେ ଚାରି ଜଣଙ୍କ ମଧ୍ୟରୁ ଦୁଇଜଣ ହିଁ ଛେଳି ଗୁଡିକୁ ନେଇ ବେପାରିଙ୍କୁ ବିକ୍ରି କରି ଟଙ୍କା ପାଇଥିଲେ ଓ ବିକ୍ରି କରିଥିବା ଦୁଇଜଣ ଯାକ ସାଥିରେ ଆସିନଥିବା ଅନ୍ୟ ୨ ଜଣଙ୍କୁ ଛେଳି ବିକ୍ରି ଟଙ୍କା ନଦେଇ ଦୁହେଁ ବାଣ୍ଟି ନେଇଥିଲେ, ଯାହା ଫଳରେ ଛେଳି ମାଲିକ ମାନଙ୍କ ପାଖରେ କଥା ପହଞ୍ଚିଲା, ଉକ୍ତ ବିଷୟକୁ ନେଇ ଚେରୁଙ୍ଗୀ ମେଲେକା ଏହି ଚାରି ଜଣଙ୍କ ନାଁରେ ବନ୍ଧୁଗାଁ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ନେଇ ବନ୍ଧୁଗାଁ ଥାନା ଅଧିକାରୀ ଏଏସଆଇ ଶ୍ରୀ ମନୁଆ ବିଡ଼ିକା ଅଭିଯୋଗକୁ ନେଇ ତଦନ୍ତ ଚାରି ଛେଳି ଚୋରୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଆଜି ଥାନା ତରଫରୁ ଚାରିଜଣ ଛେଳି ଚୋରଙ୍କୁ କେଶ ଦଫା ୪୫୭/୩୮୦ ଆଇସିସି ଧାରାରେ କୋର୍ଟ ଚାଲାଣ କରାଗଲା ।






