ଭୁବନେଶ୍ୱର (ବାଘୁଆବାର୍ତ୍ତା): ପୁଣି ଗିରଫ ହେଲେ ସୁଧାଂଶୁ ରାଉତ । ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ ଏବଂ ଅଶାଳୀନ ବ୍ୟବହାର ଅଭିଯୋରେ ତାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । କେନ୍ଦୁଝର ବଡବିଲରୁ ସୁଧାଂଶୁ ଗିରଫ କରିଛି କମିଶନରେଟ ପୁଲିସର ସ୍ୱତନ୍ତ୍ର ଟିମ୍ । କନକ ନ୍ୟୁଜ ନାଁରେ ମିଛ ଖବର ପ୍ରସାରଣ କରିବାରୁ ତାଙ୍କୁ ଗିରଫ କରିଛି ସହିଦ ନଗର ପୁଲିସ । ବାରମ୍ବାର ସୋସିଆଲ ମିଡିଆରେ କନକ ନ୍ୟୁଜ୍ ଏବଂ କନକ ନ୍ୟୁଜର ସମ୍ପାଦକଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରୁଥିଲେ । ଏନେଇ କନକ ନ୍ୟୁଜ ପକ୍ଷରୁ ସହୀଦ ନଗର ଥାନାରେ ଅଭିଯୋଗ କରାଯାଇôଥଲା । ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି ।





