Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁବନେଶ୍ୱରରେ ଏନକାଉଣ୍ଟର, ସୁପାରି ନେଇ ଗୁଳି କରୁଥିଲା ଜିତୁ

by ସଞ୍ଜୟ ସ୍ୱାଇଁ
March 26, 2023
in Crime, State
ଭୁବନେଶ୍ୱରରେ ଏନକାଉଣ୍ଟର, ସୁପାରି ନେଇ ଗୁଳି କରୁଥିଲା ଜିତୁ
118
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀ ଭୁବନେଶ୍ୱରରେ ଏନକାଉଣ୍ଟର। ଏନକାଉଣ୍ଟରରେ ଆହତ ହୋଇଛି ଅପରାଧୀ ଜିତୁ ପଲେଇ। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ଭୁବନେଶ୍ୱରର କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖାରବେଳନଗରରେ ବୋମାମାଡ଼ କରିବା ଓ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପୁଲିସ୍ ଜିତୁକୁ ଖୋଜୁଥିଲା। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ସେ କାର୍‌ରେ ଭୁବନେଶ୍ୱର ଆସୁଥିବା ନେଇ ପୁଲିସ୍ ଖବର ପାଇଥିଲା। ପୁଲିସ୍ ଟିମ୍ ତାକୁ ଟଙ୍କପାଣି ରୋଡ୍‌ରେ କାର୍‌ରେ ଯାଉଥିବା ବେଳେ ଠାବ କରିଥିଲା। ପୁଲିସ୍ ତା’ କାରକୁ ପିଛା କରିଥିଲା। ଜିତୁ ବାଙ୍କୁଆଳ ନିକଟରେ ଏକ ମାଟି ରାସ୍ତା ଦେଇ ଖସି ଯିବାକୁ ପ୍ରୟାସ କରିଥିଲା। ସେହି ସମୟରେ ସେ ପୁଲିସ୍ ଉପରକୁ ଗୁଳି କରିଥିଲା। ଏହାର ଜବାବରେ ପୁଲିସ୍ ମଧ୍ୟ ଗୁଳି କରିଥିଲା। ଜିତୁର ବାମ ଗୋଡ଼ରେ ଆଣ୍ଠୁ ତଳକୁ ଗୁଳି ବାଜିଥିଲା। ଏହା ପରେ ପୁଲିସ୍ ତାକୁ କାବୁ କରି ନେଇଥିଲା। ଜିତୁ ନାଁରେ ଭୁବନେଶ୍ୱର, ପୁରୀ ଓ କଟକରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତ ୧୭ ତାରିଖରେ ଖାରବେଳନଗର ଥାନା ଅଞ୍ଚଳରେ ଜଣେ ସୁନା ବେପାରୀଙ୍କ ଉପରେ ବୋମାମାଡ଼ ହୋଇଥିଲା। ସେ ଗୁରୁତର ଆହତ ହୋଇଥିଲେ। ଏହି ମାମଲାର ତଦନ୍ତ ବେଳେ ଖାରବେଳନଗର ପୁଲିସ୍ ଜାଣିବାକୁ ପାଇଲା ଯେ ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ପଲେଇର ହାତ ଅଛି। ତା’ପରଠୁ ତାକୁ ପୁଲିସ୍ ଖୋଜୁଥିଲା। ଡିସିପି କହିଛନ୍ତି, ସୁପାରୀ ନେଇ ଲୋକଙ୍କ ଉପରେ ଗୁଳି ଚଳାଇବା, ଡକାୟତି, ଚୋରି, ଲୋକଙ୍କୁ ଧମକ ଦେଇ ଟଙ୍କା ଆଦାୟ କରିବା ଓ ଚୋରା ଚାଲାଣି ଭଳି ଅନେକ ଅପରାଧିକ କାର‌୍ୟ୍ୟରେ ଜିତୁ ପଲେଇ ଲିପ୍ତ ରହିଛି। ତା’ ନାଁରେ ୩୦ରୁ ଅଧିକ ମାମଲା ରହିଛି। ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଓ ଅନୁଗୋଳ ଆଦି ସ୍ଥାନରେ ତା’ ନାଁରେ ଏହି ସବୁ ମାମଲା ରହିଛି। ପୂର୍ବରୁ ଭୁବନେଶ୍ୱରରେ ଜଣେ କନଷ୍ଟେବଳଙ୍କ ଉପରକୁ ମଧ୍ୟ ସେ ଗୁଳି ଚଳାଇ ଫେରାର ହୋଇଯାଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!