Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାରିବାରିକ କଳହ, ସଉତୁଣୀକୁ ହତ୍ୟା କଲା ସଉତୁଣୀ

by ସଞ୍ଜୟ ସ୍ୱାଇଁ
March 25, 2023
in Crime, State
ପାରିବାରିକ କଳହ, ସଉତୁଣୀକୁ ହତ୍ୟା କଲା ସଉତୁଣୀ
45
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ପାରିବାରିକ କଳହର କରୁଣ ପରିଣତି। ଗାଧୋଇବାକୁ ଡାକି ନେଇ ସଉତୁଣୀର ତଣ୍ଟିଚିପି ଜଣେ ମହିଳା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନଇଗାଁରେ। ମୃତ ମହିଳା ଜଣଙ୍କ ହେଲେ ଆଶା ମୁଣ୍ଡା। ନଇଗାଁର ଆକାଶ ମୁଣ୍ଡା ପ୍ରଥମ ପତ୍ନୀ ଥିବା ସ୍ୱତ୍ତେ ସେ ଦ୍ୱିତୀୟ ବିବାହ କରିଥିଲେ। ଦୁଇ ପତ୍ନୀଙ୍କ ସହ ସେ ଗୋଟିଏ ଛାତ ତଳେ ରହୁଥିଲେ। ହେଲେ ଆକାଶଙ୍କର ପ୍ରଥମ ପତ୍ନୀ ମୁନିଙ୍କ ସହ ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ପଡ଼ୁ ନଥିଲା।। ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିଲା। ମୁନି ଆଶାଙ୍କୁ ନଦୀ ଘାଟକୁ ଗାଧୋଇବାକୁ ଡାକି ନେଇଥିଲେ। ସେଠାରେ ଥିବା ଏକ ବୂଦା ମୂଳରେ ଆଶାଙ୍କ ତଣ୍ଟି ଚିପି ଆଶାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି। ମୁନି ଘରକୁ ଫେରି ଆସିଥିବା ବେଳେ ଆଶା ଘରକୁ ଆସିବା ବିଳମ୍ବ ହୋଇଥିଲା। ଏନେଇ ଆକାଶ ଆଶାଙ୍କୁ ଖୋଜାଖୋଜି କରିଥିଲେ। ନଦୀ କୂଳରେ ଥିବା ଏକ ବୂଦା ମୂଳରେ ଆଶାର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଆକାଶ ତାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆଶାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୁନିଙ୍କୁ ଗିରଫ କରିଥିବା ବେଳେ ଆକାଶଙ୍କୁ ପଚରାଉଚରା କରୁଛି। ଏହାସହ ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!