Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ପାଇଁ ପ୍ରେମିକକୁ ଜାଳିଦେଲେ ପ୍ରେମିକା ପରିବାର!

by ସଞ୍ଜୟ ସ୍ୱାଇଁ
March 24, 2023
in Crime, State
ପ୍ରେମ ପାଇଁ ପ୍ରେମିକକୁ ଜାଳିଦେଲେ ପ୍ରେମିକା ପରିବାର!
108
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପ୍ରେମ ପାଇଁ ଯୁବକ ଜଳିଯିବା ଘଟଣା ନେଇଛି ଭିନ୍ନ ମୋଡ଼ । ସଦର ଥାନା ଅଧୀନ ଖଡ଼ିପଦା ଘୋଡ଼ାଗାଡ଼ିଆ ରେବତୀରମଣ ଗ୍ରାମର ସୂର‌୍ୟ୍ୟକାନ୍ତ ମାଝୀ ଓରଫ ଲିଟୁ (୨୩) ଆତ୍ମହତ୍ୟା କରିନାହାନ୍ତି । ପେଟ୍ରୋଲ୍ ଢାଳି ତାଙ୍କୁ ଜାଳି ଦିଆଯାଇଛି ବୋଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ପ୍ରେମ ପାଇଁ ତାଙ୍କୁ ପ୍ରେମିକାର ପରିବାର ଲୋକେ ବାସେଳି ସାହି ଥାନା ଅଧୀନ ଶଙ୍କରେଶ୍ୱରଙ୍କ ମନ୍ଦିର ପାଖ ଜଙ୍ଗଲରେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ବାସେଳି ସାହି ଥାନା ପୁଲିସ ତଦନ୍ତ ଜାରି ରଖିଛି । ଲିଟୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ପ୍ରେମ ସମ୍ପର୍କରୁ ଆରମ୍ଭ ହୋଇଥିଲା ବିବାଦ । ଲିଟୁ ପୁରୀରେ ଏକ କଂସାପିତ୍ତଳ ଦୋକାନରେ କାମ କରନ୍ତି । ନିଜ ଅଞ୍ଚଳର ଜଣେ ଯୁବତୀଙ୍କୁ ସେ ପ୍ରେମ କରୁଥିଲେ । ଯୁବତୀ ମଧ୍ୟ ଲିଟୁଙ୍କୁ ପ୍ରେମ କରି ସମ୍ପର୍କରେ ଥିଲେ । ଉଭୟଙ୍କ ଅନେକ ଯୁଗଳ ଫଟୋ ପରିବାର ଲୋକଙ୍କ ହସ୍ତଗତ ହୋଇଛି । କିଛି ମାସ ତଳୁ ପ୍ରେମିକାର ପରିବାର ଲିଟୁଙ୍କୁ ବିରୋଧ କରୁଥିଲେ । ହେଲେ ଯୁବତୀ ଜଣକ ଲିଟୁଙ୍କ ସହ ପ୍ରେମ ସମ୍ପର୍କରେ ରହି ବିଭିନ୍ନ ସ୍ଥାନ ବୁଲାବୁଲି କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି କାରଣକୁ କେନ୍ଦ୍ର କରି ଗତ ବର୍ଷ ଯୁବତୀର ପରିବାର ଲୋକେ ତାଳବଣିଆ ଜଙ୍ଗଲରେ ହତ୍ୟା ଉଦ୍ୟମ କରି ଲିଟୁଙ୍କୁ ଫିଙ୍ଗି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ହେଲେ ଲିଟୁ ବଞ୍ଚି ଯାଇଥିଲେ । ଗତ ୬ ତାରିଖରେ ଲିଟୁ କାମ କରୁଥିବା ଦୋକାନକୁ ଯାଇଥିଲେ । ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା । ଏହାପରେ ସେ ମାଲିକଙ୍କ ଗାଡ଼ି ନେଇ ଦୋକାନରୁ କେଉଁଆଡ଼େ ପଳାଇଥିଲେ । ସେହିଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ଶଙ୍କରେଶ୍ୱର ମନ୍ଦିର ନିକଟ ଜଙ୍ଗଲରେ ଥିବା ଏକ ଭଙ୍ଗା ଘରେ ତାଙ୍କୁ ଦୁର୍ବୃତ୍ତ ପେଟ୍ରୋଲ୍ ଢାଳି ଜାଳି ଦେଇଥିଲେ ବୋଲି ଲିଟୁଙ୍କ ମା’ ମାଗୁଣୀ ମାଝୀ କହିଛନ୍ତି । ଅର୍ଦ୍ଧଦଗ୍ଧ ଶରୀରକୁ ଉଦ୍ଧାର କରି ବାସେଳି ସାହି ଥାନା ପୁଲିସ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଚାରି ପାଞ୍ଚଜଣ ମିଶି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ ବୋଲି ଆମ୍ବୁଲାନ୍ସରେ କଟକ ଯିବାବେଳେ ବାଟରେ ଲିଟୁ ବୟାନ ଦେଇଥିଲେ ବୋଲି କହିଛନ୍ତି ତାଙ୍କ ଦାଦା ସୁମନ୍ତ ମାଝୀ । ଏପରିକି ଲିଟୁଙ୍କୁ ଜାଳିବା ପର ଠାରୁ ସମ୍ପୃକ୍ତ ଯୁବତୀର ପରିବାର ଲୋକେ ଘର ଛାଡ଼ି ପଳାଇଥିବା ମଧ୍ୟ ସେ କହିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ସହ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୃତ ଲିଟୁଙ୍କ ବାପା ଅଛବ ମାଝୀ (୬୧) । ବାସେଳି ସାହି ଥାନା ଆଇଆଇସି କୁଳମଣି ସେଠୀ କହିଛନ୍ତି ଯେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । କିନ୍ତୁ ପରିବାରର ଅଭିଯୋଗ କ୍ରମେ ଏନେଇ ଏକ ହତ୍ୟା ମାମଲା ରୁଜୁ ହେବ । ମାମଲାର ତଦନ୍ତ ହେବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!