ଭୁବନ, (ବାଘୁଆବାର୍ତ୍ତା): ଭୁବନ ଅଞ୍ଚଳରେ ଚୋରି ଡକାୟତି ଦିନକୁ ଦିନ ବଢ଼ି ଚାଲିଛି । ତେବେ ଏହାର ସ୍ଥାୟି ପ୍ରତିକାର ବ୍ୟବସ୍ଥା ପ୍ରତି ପ୍ରଶାସନର ତିଳେ ମାତ୍ର ଚିନ୍ତା ନଥିବା ଦେଖିବାକୁ ମିଳିଛି । ଯାହାର ଜ୍ୱଳନ୍ତ ଊଦାହରଣ ଦେଖିବାକୁ ମିଳିଛି ଭୁବନ ଥାନା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ୨ର କୋହ୍ଲ ସାହି ନିକଟ ଭୁବନ ମହିଳା ମହାବିଦ୍ୟାଳୟ ଦେଇ ଯାଇଥିବା ମୁଖ୍ୟ ରାସ୍ତା କଡ଼ରୁ । ୪୨ ବର୍ଷୀୟ କାଳନ୍ଦୀ ଚରଣ ସାହୁ ପୁରୀ ବୁଲିବାକୁ ଯାଇଥିସେ । ତେବେ ଘରେ ମୋଟ ସାତ ଜଣ ଶୋଇଥିଲେ । ହେଲେ ବିଳମ୍ୱିତ ରାତିରେ ଘରେ ସମସ୍ତେ ଶୋଇଥିବା ସମୟରେ ଘର ଝରକା ଭାଙ୍ଗି ନେଇଯାଇଛନ୍ତି ୪ ଭରି ସୁନା ଏବଂ ଲକ୍ଷାଧିକ ଟଙ୍କା । ଖବର ସକାଳେ ଭୁବନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ତେବେ ଏହା ପୂର୍ବରୁ କାଳନ୍ଦିଙ୍କର ଏକ ପିକଅପ୍ ଗାଡି ମଧ୍ୟ ଘର ନିକଟରୁ ଚୋରି ହୋଇଥିଲା ।





