Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡେଲିଭରି ବୟ କହି ଲୁଟିନେଲେ ସୁନାଗହଣା

by ସଞ୍ଜୟ ସ୍ୱାଇଁ
March 23, 2023
in Crime, State
ଡେଲିଭରି ବୟ କହି ଲୁଟିନେଲେ ସୁନାଗହଣା
164
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ନିଜକୁ ଡେଲିଭରି ବୟ ବୋଲି ପରିଚୟ ଦେଇ ଘରେ ପଶିଲେ। ଏହାପରେ ମୁଣ୍ଡରେ ବନ୍ଧୁକ ରଖି ଆଖି ପିଛୁଳାକେ ସୁନା, ଅଳଙ୍କାର ସବୁ ଲୁଟି ନେଇ ବାଇକ୍‌ରେ ଫେରାର ହୋଇଗଲେ। ଏପରି ଅଭିନବ ଉପାୟରେ ଲୁଟ୍ ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଜଣକ ହେଲେ ପ୍ରିୟଙ୍କା ଦାସ । ପ୍ରିୟଙ୍କା ଦାସ ଗତକାଲି ସନ୍ଧ୍ୟାରେ ଘରେ ଏକୁଟିଆ ଥିଲେ। ସେ ନିଜ ପୁଅ ସହ ଫୋନରେ କଥା ହେଉଥିବା ବେଳେ ଘରର କଲିଂବେଲ ବାଜିଥିଲା। କିଏ ବୋଲି ପଚାରିବାରୁ ଡେଲିଭରି ଆସିଛି, କବାଟ ଖୋଲନ୍ତୁ ବୋଲି ଅପରପାର୍ଶ୍ୱରୁ ଯୁବକଜଣକ କହିଥିଲେ । ଏହାଶୁଣି ପ୍ରିୟଙ୍କା ହଠାତ କବାଟ ଖୋଲି ଦେବାରୁ ଜଣେ ଯୁବକ ଘର ଭିତରକୁ ଧସେ ପଶିଥିଲେ। ସେ ମୁହଁରେ ରୁମାଲ ବାନ୍ଧିଥିବା ବେଳେ ହାତରେ ବନ୍ଧୁକ ଥିଲା। ଯୁବକଜଣକ ପ୍ରିୟଙ୍କାଙ୍କ ମୁଣ୍ଡରେ ବନ୍ଧୁକ ରଖି ଘରେ ଯାହା ଅଛି ଦେଇଦେବାକୁ ଧମକ ଦେଇଥିଲେ। ଏହାପରେ ପ୍ରିୟଙ୍କା ପିନ୍ଧିଥିବା ମଙ୍ଗଳସୂତ୍ର, କାନଫୁଲ ଓ ୪ଟି ମୁଦି ଛଡ଼ାଇ ନେଇ ଯାଇଥିଲେ। ଏହାପରେ ଯୁବକଜଣକ ଘରୁ ବାହାରି ଯାଇ ଏକ କଳା ରଙ୍ଗର ବାଇକ୍‌ରେ ଫେରାର ହୋଇଯାଇଥିଲେ। ଉକ୍ତ ବାଇକ୍‌ରେ ଆଉ ଜଣେ ଯୁବକ ଥିବା ପ୍ରିୟଙ୍କା ପୁଲିସ୍ ନିକଟରେ ପ୍ରକାଶ କରିଛନ୍ତି। ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଲୁଟେରାଙ୍କ ସୁରାକ ପାଇପାରିନି। ଲୁଟେରାଙ୍କ ମୁହଁ ଚିହ୍ନି ନ ଥିବା ବେଳେ ଶବ୍ଦ ଶୁଣି ତାଙ୍କୁ ଜାଣି ପାରିବେ ବୋଲି ପ୍ରିୟଙ୍କା ପୁଲିସ୍ ନିକଟରେ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ପ୍ରିୟଙ୍କା ଭୟଭୀତ ହୋଇ ପଡ଼ିଛନ୍ତି। ଲୁଟ୍ ହୋଇଥିବା ଅଳଙ୍କାରର ମୂଲ୍ୟ ଲକ୍ଷାଧୀକ ଟଙ୍କା ହେବ ବୋଲି ଜଣାଯାଇଛି। ଏ ନେଇ ବାରିପଦା ସହରରେ ଆତଙ୍କ ଖେଳିଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!