କଟକ, (ବାଘୁଆବାର୍ତ୍ତା): ବିଡ଼ାନାସୀ ନୂଆ ସାହି ଆଇନଜୀବୀ ଆର୍ୟ୍ୟଭୁସନ୍ ଚୌଧୁରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ସୁକାନ୍ତ ଦାସ ଗିରଫ । ଜମିବାଡ଼ି ବିଦାକୁ ନେଇ ହତ୍ୟା କରିଥିବା ସୂଚନା । ଏକ କଟୁରୀରେ ଆର୍ୟ୍ୟଭୁସନଙ୍କ ମୁଣ୍ଡକୁ ମାରି ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟା କରିବା ପରେ ମୃତଦେହ ସହ କଟୁରୀକୁ କୂଅରେ ଫିଙ୍ଗି ଦେଇଥିବା ସୁକାନ୍ତ ସ୍ୱୀକାର କରିଛି । କୂଅରୁ କଟୁରୀ କାଢ଼ିବା ପାଇଁ ଓଡ୍ରାଫ୍ ଟିମକୁ ପୋଲିସ ଡକାଇଛି । କିଛି ସମୟ ପରେ କଟୁରୀ କଢ଼ା ଯିବା ପରେ ସିନ୍ ରିକ୍ରିଏସନ୍ କରାଯିବ ବୋଲି କଟକ ପୋଲିସ କହିଛି । ସନ୍ଧ୍ୟା ସୁଦ୍ଧା ଡିସିପି ପିନାକ ମିଶ୍ର ସମ୍ପୂର୍ଣ୍ଣ ହତ୍ୟାକାଣ୍ଡ ନେଇ ବିବୃତି ରଖିବେ । ସୂଚନାଯୋଗ୍ୟ, ଗତ ହୋଲି ପରଦିନ ଆଇନଜୀବୀ ଆର୍ୟ୍ୟଭୁସନ୍ ଚୋଧୁରୀ ହଠାତ୍ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ଅଧିକ ସନ୍ଦେହ ହେବାରୁ ପୋଲିସ ଗତ ସୋମବାର ୧୩ ତାରିଖ ରାତିରେ ଆଇନଜୀବୀଙ୍କ ନୂଆ ସାହି ସ୍ଥିତ ଘରେ ଥିବା କୂଅରେ ସନ୍ଧାନ ଚଳାଇଥିଲା । ସେଥିରେ ଆର୍ୟ୍ୟଭୁସନଙ୍କ ମୃତ ଦେହ ମିଳିଥିଲା । ଘଟଣା ପରଠୁ ଅଭିଯୁକ୍ତ ପାନ ଦୋକାନୀ ସୁକାନ୍ତ ଦାସ ଫେରାର ଥିବାରୁ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା । ଗତକାଲି ରାତିରେ ସୁକାନ୍ତକୁ ଗିରଫ କରିଛି ପୋଲିସ ।





