ସୋର, (ବାଘୁଆବାର୍ତ୍ତା): ବାଲେଶ୍ବର ଜିଲ୍ଲା ସୋର ବନ୍ଧନ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୮୦ହଜାର ଟଙ୍କା ଲୁଟ ଘଟଣାରେ ୫ ଜଣ ଡକାୟତଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ୧୫ ହଜାର ଟଙ୍କା, ଗୋଟିଏ ଭୁଜାଲି, ୪ ଟି ମୋବାଇଲ ଜବତ କରିଛି। ଗତ ୩୧ ତାରିଖ ଦିନ ବନ୍ଧନ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀ ସନ୍ଦିପ କୁମାର ଜେନା ନିଳଗିରି ଚିନ୍ତାମଣିପୁର ଓ ଆଖ ପାଖ ଅଞ୍ଚଳରୁ କିସ୍ତି ଟଙ୍କା ଆଦାୟ କରି ସୋର ବନ୍ଧନ ବ୍ୟାଙ୍କା ଫାଇନାନ୍ସ ଶାଖା ଅଭିମୁଖେ ଫେରୁଥିଲେ। ସୋର ମାଣତ୍ରୀ ଗାଁ ପାଖରେ ୩ ଜଣ ଲୁଟେରା ଏକ ବାଇକ୍ ରେ ଆସି ସନ୍ଦିପଙ୍କୁ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭିତ କରାଇ ୮୦ ହଜାର ଟଙ୍କା, ଏକ ଟାବଲେଟ ମୋବାଇଲ ସହ ଜରୁରି କାଗଜପତ୍ର ଛଡାଇ ନେଇ ଫେରାର ହୋଇଯାଇଥିଲେ । ଏନେଇ ସନ୍ଦିପ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ପୋଲିସ ଘଟଣାର ତଦନ୍ତ କରି ୫ ଜଣ ଡକାୟତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଗିରଫ ହୋଇଥିବା ଡକାୟତ ମାନେ ହେଲେ ବାଲେଶ୍ବର ସଦର ଥାନା ବାଙ୍ଗରା ଅଞ୍ଚଳର ଦିଲିପ ନାୟକ, ନୁଆପୁର ର ଜ୍ୟୋତିଶଙ୍କର ସ୍ବାଇଁ, ସାରଙ୍ଗା ର ଓମ୍ ମହାଳିକ, ଆକତପୁର ର ସୁରଜ କୁମାର ବେହେରା, ନୁଆପୁର ଅଶାନ୍ତ ଦାସ । ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ସୋର ପୋଲିସ ସେମାନଙ୍କ ନିକଟରୁ ୧୫ ହଜାର ଟଙ୍କା, ଗୋଟିଏ ଭୁଜାଲି, ୪ ଟି ମୋବାଇଲ ଜବତ କରିଛନ୍ତି ।






