Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜନ୍ମ କଲା କନ୍ୟାକୁ ହତ୍ୟା କଲା ମା’, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
March 18, 2023
in Crime, State
ଜନ୍ମ କଲା କନ୍ୟାକୁ ହତ୍ୟା କଲା ମା’, ବାନ୍ଧିଲା ପୁଲିସ
63
VIEWS
Share on FacebookShare on Twitter

ଜଳେଶ୍ଵର, (ବାଘୁଆବାର୍ତ୍ତା): ଦୀର୍ଘ ମାସର ପ୍ରତିକ୍ଷା ଓ ପ୍ରବଳ ଗର୍ଭଯନ୍ତ୍ରଣା ସହି ଜନ୍ମ ଦେଇଥିବା ଶିଶୁ କନ୍ୟାକୁ ହତ୍ୟା କରିଦେଲା ମା’। ନିଜ ଛୁଆକୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଏହି ମା’କୁ ଗିରଫ କରିଛି। ଅଭିଯୁକ୍ତ ମହିଳା ଜଣକ କମର୍ଦ୍ଦା ଥାନା ସିଆଁରୋଇ ଗାଁ ବନ୍ଦନା ପାତ୍ର(୩୦)। ବନ୍ଦନା ଗତମାସ ୨୭ ତାରିଖରେ ଝିଅକୁ ଘରେ ଜନ୍ମ ଦେଇଥିଲେ। ପୂର୍ବରୁ ତାଙ୍କର ୩ ବର୍ଷର ଝିଅ ରହିଛି। ପାରିବାରିକ ଚାପର ବଶବର୍ତ୍ତି ହୋଇ ସେ ଏଭଳି ଜଘଣ୍ୟକାଣ୍ଡ ଘଟାଇଥିବା ପୁଲିସ ତଦନ୍ତ ବେଳେ ସୂଚନା ପାଇଛି। ଚଳିତ ମାସ ୫ ତାରିଖରେ ଗାଁରେ ଏକ ଉତ୍ସବ ଚାଲିଥିବା ବେଳେ ହଠାତ୍ ବନ୍ଦନାଙ୍କ ନବଜାତ ଶିଶୁ ନିଖୋଜ ହୋଇଯାଇଥିବା ନେଇ ପ୍ରଚାର ହୋଇଯାଇଥିଲା। ପୁଲିସ ଏନେଇ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହାର ପରଦିନ ଗାଁ ପୋଖରୀରୁ ନବଜାତ ଶିଶୁକନ୍ୟାର ମୃତଦେହ ଠାବ ହୋଇଥିଲା। ସୂଚନା ପାଇ କମର୍ଦ୍ଦା ଥାନା ଅଧିକାରୀ ଓ ଜଳେଶ୍ଵର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲେ। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଶିଶୁକନ୍ୟାର ମାଆ ବନ୍ଦନାଙ୍କ ସମେତ ସ୍ୱାମୀ ବଳାରାମ ପାତ୍ର ଓ ପରିବାରର ୪ ଜଣକୁ ଅଟକ ରଖି ପଚାରାଉଚାରା କରିଥିଲା। ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ବନ୍ଦନାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!