Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜରାସ୍ତାରେ ଯାତ୍ରୀଙ୍କ ଠାରୁ ଲୁଟ, ୨ ଗିରଫ

by ସଞ୍ଜୟ ସ୍ୱାଇଁ
September 9, 2021
in Crime, State
ରାଜରାସ୍ତାରେ ଯାତ୍ରୀଙ୍କ ଠାରୁ ଲୁଟ, ୨ ଗିରଫ
226
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜରାସ୍ତାରେ ହେଉଛି ଲୁଟ ଉଦ୍ୟମ। ପ୍ରତିବାଦ କଲେ ହେଉଛି ମରଣାନ୍ତକ ଆକ୍ରମଣ। ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ସ୍ବସ୍ତି ପ୍ରିମିୟମ ସଲଗ୍ନ ଏକ ବସଷ୍ଟପରେ ଅପେକ୍ଷାରତ ଯାତ୍ରୀଙ୍କ ଠାରୁ ହୋଇଛି ଲୁଟ। ଲୁଟ ର ଶିକାର ହୋଇଛନ୍ତି ରଶ୍ମିରଞ୍ଜନ ସାହୁ।ଲୁଟେରାଙ୍କ ମଧ୍ୟରୁ ଜଣକୁ ଲୋକମାନେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ଅନ୍ୟ ଜଣକୁ ପୋଲିସ ଗିରଫ କରିଛି। ଦୁଇଜଣ ଲୁଟେରା ନିଶାଶକ୍ତ ଅବସ୍ଥାରେ ଆସି ଏକା ବସିଥିବା ରଶ୍ମିରଞ୍ଜନଙ୍କ ଠାରୁ ମୋବାଇଲ ଏବଂ ଟଙ୍କା ଛଡାଇ ନେଇଥିଲେ । ରଶ୍ମିରଞ୍ଜନ ପ୍ରତିବାଦ କରିବାରୁ ବସ ଷ୍ଟପ ପଛରେ ଥିବା ଗହଳିଆ ବୁଦାକୁ ଘୋଷାଡି ନେଇ ହକି ଷ୍ଟିକରେ ଆଘାତ କରିଥିଲେ ଦୁଇ ଲୁଟେରା। ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଘେରି ଯାଇଥିଲେ ଦୁଇଜଣଙ୍କୁ । କିନ୍ତୁ କୌଶଳ କ୍ରମେ ଜଣେ ଲୁଟେରା ୧୫୦୦୦ ଟଙ୍କା ଥିବା ବ୍ୟାଗ ନିଜ ସହ ନେଇ ଫେରାର ହୋଇଛି। ରାକେଶ ନାମକ ଜଣେ ଲୁଟେରାକୁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଭିଯୋଗକାରୀ ଏବଂ ଅଭିଯୁକ୍ତକୁ ଥାନାକୁ ନେଇଥିଲେ। ଅଭିଯୋଗକାରୀ ରଶ୍ମିରଞ୍ଜନଙ୍କ ଘର ଡମଣା ନିକଟସ୍ଥ ମାକ୍ସ ଶୋରୁମ ପାଖରେ ହୋଇଥିବା ବେଳେ ଗିରଫ ପପୁନ ବେହେରା ର ଘର ହତିଆସୁଣି ବସ୍ତିରେ । ଗିରଫ ହେବା ପରେ ପପୁନ ସାହାଯ୍ୟରେ ହତିଆସୁଣି ବସ୍ତିରେ ରହୁଥିବା ଅନ୍ୟ ଜଣେ ଲୁଟେରା ମଧ୍ୟ ଧରାପଡିଛି ।ଯାହାର ନାମ ଆକାଶ ସୁନା। ତେବେ ଦିନ ଦ୍ୱିପ୍ରହର ରେ ଏପରି ଘଟଣା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!