Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହର ୧୦ ବର୍ଷ ପରେ ସ୍ତ୍ରୀକୁ ସ୍ଵାମୀ ପ୍ରତାରଣା କରିଥିବା ଅଭିଯୋଗ, ୨ ନାବାଳିକା ଝିଅଙ୍କୁ ଧରି ଥାନାର ଦ୍ୱାରସ୍ଥ ହେଲେ ବିବାହିତ ମହିଳା

by ସଞ୍ଜୟ ସ୍ୱାଇଁ
September 6, 2021
in Crime, State
ବିବାହର ୧୦ ବର୍ଷ ପରେ ସ୍ତ୍ରୀକୁ ସ୍ଵାମୀ ପ୍ରତାରଣା କରିଥିବା ଅଭିଯୋଗ, ୨ ନାବାଳିକା ଝିଅଙ୍କୁ ଧରି ଥାନାର ଦ୍ୱାରସ୍ଥ ହେଲେ ବିବାହିତ ମହିଳା
277
VIEWS
Share on FacebookShare on Twitter

କେସିଙ୍ଗା, (ବାଘୁଆବାର୍ତ୍ତା): ପ୍ରଥମେ ଭଲପାଇବା ଓ ପରେ ବିବାହ କରି ଦୁଇ ଝିଅର ବାପା ହେବା ହେଲା ପୁଣି ଆଉ ଜଣେ ବିବାହିତ ମହିଳାଙ୍କୁ ସ୍ତ୍ରୀ ରୁପେ ଗ୍ରହଣ କରି ନିଜ ଘରକୁ ଆଣିଛି ସ୍ଵାମୀ। ଏହାକୁ ପ୍ରଥମ ସ୍ତ୍ରୀ ସହଜରେ ଗ୍ରହଣ କରି ପାରୁ ନଥିବା ବେଳେ ନ୍ୟାୟ ପାଇଁ ସ୍ତ୍ରୀ ଜଣକ ନିଜର ଜନ୍ମିତ ଦୁଇ ନାବାଳିକା ଝିଅକୁ ଧରି ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ଏନେଇ ପ୍ରଥମ ସ୍ତ୍ରୀ ଜଣକ ନ୍ୟାୟ ପାଇବା ପାଇଁ ନିଜ ସ୍ଵାମୀଙ୍କ ନାମରେ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଜନ୍ମିତ ଦୁଇ ଝିଅକୁ କିପରି ଲାଲନପାଳନ କରିବେ ସେନେଇ ଚିନ୍ତା ରେ ନିଜ ଆଖିରୁ ଲୁହ ବାହାର କରୁଥିବା ବେଳେ ନିଜକୁ ଅସହାୟ ମନେକରି ଉଚିତ ନ୍ୟାୟ ପାଇଁ ପୋଲିସ ପାଖରେ ଗୁହାରି କରିଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ଫାଣ୍ଡି ଅଧିନସ୍ଥ ପଥର୍ଲା ବାହାଦୁର ପଦର ଗ୍ରାମରେ । ଏନେଇ ପୋଲିସ ଅଭିଯୋଗ ପାଇବା ପରେ ସ୍ଵାମୀ କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଖବର ସଂଗ୍ରହ ରୁ ପ୍ରକାଶ ଯେ ବାହାଦୁରପଦର କଲୋନୀ ପଡା ର ପର୍ଶୁରାମ ଛତ୍ରିଆ ଙ୍କ ସାନ ପୁଅ କ୍ରିଷ୍ଣା ଛତ୍ରିଆ ନିଜ ଗ୍ରାମ ର ଅନ୍ୟ ଏକ ସଂପ୍ରଦାୟର ଝିଅକୁ ୨୦୧୧ ମସିହାରେ ପ୍ରେମ ବିବାହ କରି ନିଜ ଘରକୁ ଆଣିଥିଲେ । ସ୍ଵାମୀ ସ୍ତ୍ରୀ ର ସଂପର୍କ ପରେ ଦୁଇଟି ଝିଅ ଜନ୍ମ ଦେଇଥିଲେ । ବର୍ତ୍ତମାନ ସେହି ଦୁଇ ଝିଅ ଙ୍କ ବୟସ ୭ ଓ ୯ ହୋଇଥିବା ଜଣାପଡିଛି । ତେବେ ବିବାହ ର କିଛି ବର୍ଷ ପରେ ୨୦୨୦ ମସିହାରେ ସ୍ଵାମୀ କ୍ରିଷ୍ଣା ଛତ୍ରିଆ ବାହାର କୁ କାମ କରିବାକୁ ଯାଇ ସ୍ତ୍ରୀ ସହିତ ଆଉ ଯୋଗାଯୋଗ ରେ ରହିନଥିଲେ । ଇତିମଧ୍ୟରେ ୨୦୧୯ ମସିହାରେ ସ୍ତ୍ରୀ ର ଶାଶୁ ବୋହୂକୁ ଯୌତୁକ ନିର୍ୟାତନା ଦେବା ସହ ମାନସିକ ନିର୍ୟ୍ୟାତନା ଦେଉଥିଲେ ବୋଲି ଅଭିଯୋଗକାରୀ ମହିଳା ଜଣକ ପ୍ରକାଶ କରିଛନ୍ତି । ତେବେ ସ୍ଵାମୀ ବାହାର କୁ କାମ କରିବାକୁ ଯିବା ପରେ ପୁଣି ଜଣେ ବିବାହିତା ମହିଳାଙ୍କୁ ନିଜ ସ୍ତ୍ରୀ ଭାବରେ ଗ୍ରହଣ କରିଥିବା ନେଇ ଅଭିଯୋଗ କାରୀ ମହିଳା ଜଣକ ଜାଣିବାକୁ ପାଇଥିଲେ । ଏହାପରେ ସେ ଘଟଣା ସମ୍ପର୍କରେ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ସ୍ଵାମୀ ଆଉ ଜଣେ ବିବାହିତା ମହିଳାଙ୍କୁ ନିଜ ସ୍ତ୍ରୀ ରୁପେ ଗ୍ରହଣ କରି ୫ ତାରିଖ ରାତିରେ ବାହାଦୁର ପଦର ସ୍ଥିତ ନିଜ ଘରକୁ ଆଣିବାରୁ ତାକୁ ପ୍ରଥମ ସ୍ତ୍ରୀ ଜଣକ ବିରୋଧ କରିଵା ସହ ପ୍ରତିବାଦ କରିଥିଲେ । ହେଲେ ସ୍ଵାମୀ ଜଣକ କିଛି ନ ମାନି ନିଜ ଘରେ ରଖିବା ପାଇଁ ଏକା ଜିଦ୍ ଧରିଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀ । ଅଭିଯୋଗ କୁ ନେଇ ପ୍ରଥମ ସ୍ତ୍ରୀ ନିଜ ଜନ୍ମିତ ଦୁଇ ନାବାଳିକା ଝିଅକୁ ସାଙ୍ଗରେ ଆଣି ନ୍ୟାୟ ପାଇଁ ଆଜି ଥାନାର ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ସମ୍ପର୍କରେ କେସିଙ୍ଗା ଆଦର୍ଶ ଥାନା ମହିଳା ସବ ଇନ୍ସପେକ୍ଟର ଲଭଲି ପ୍ରଧାନ ଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସ୍ଵାମୀ ଙ୍କୁ ଡାକି ପଚରାଉଚରା କରୁଛୁ ବୋଲି କହିଥିଲେ। ଏନେଇ ଥାନାରେ ମାମଲା ହୋଇଛି କି ନାହିଁ ପଚାରିବାରୁ ଅନ୍ୟ କେସ ରେ ବ୍ୟସ୍ତ ରହୁଥିବାରୁ ଏପର୍ୟ୍ୟନ୍ତ ମାମଲା ରୁଜୁ କରାଯାଇପାରିନାହିଁ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ଅଭିଯୋଗକାରୀ ମହିଳା ନିଜ ଶାଶୁ,ଶ୍ୱଶୁର ଓ ସ୍ଵାମୀ ଦ୍ବିତୀୟ ସ୍ତ୍ରୀ ଭାବେ ଗ୍ରହଣ କରି ଆଣିଥିବା ମହିଳାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ନିଜର ସାରାଜୀବନ ପାଇଁ ଭରଣପୋଷଣ ଦେବା ଓ ଜନ୍ମିତ ୨ ଝିଅଙ୍କ ଭବିଷ୍ୟତ ଗଠନ କିପରି ହୋଇପାରିବ ସେନେଇ ଦାବି କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ପୋଲିସ କିଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ଏହି ଅସହାୟ ମହିଳା ଏବଂ ଦୁଇ ନାବାଳିକା ଝିଅକୁ କି ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!