Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଗବନ୍ଧୁଙ୍କୁ ଜାମିନ

by ସଞ୍ଜୟ ସ୍ୱାଇଁ
March 15, 2023
in Crime, State
ଜଗବନ୍ଧୁଙ୍କୁ ଜାମିନ
183
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାରା ରାଜ୍ୟରେ ଚହଳ ପକାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ପୂର୍ବରୁ ବେଆଇନ ଅର୍ଥ କାରବାର ମାମଲାରେ ନାଗ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇଥିଲେ । ତେବେ ଆଜି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଜଗବନ୍ଧୁଙ୍କ ନାମରେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଅଭିଯୋଗ ଦାୟର କରିଥିଲେ । ଶ୍ରଦ୍ଧାଞ୍ଜଳି ନାମକ ଜଣେ ପୀଡ଼ିତା ଜଗବନ୍ଧୁଙ୍କ ନାମରେ ରାଜଧାନୀ ଭୁବେନଶ୍ୱର ସ୍ଥିତ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଉକ୍ତ ମାମଲାରେ ହାଇକୋର୍ଟ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତେବେ ଜଗବନ୍ଧୁଙ୍କ ବିରୋଧରେ ୩ଟି ମାମଲା ରହିଥିବା ବେଳେ ଗୋଟିଏ ମାମଲାରେ ତାଙ୍କୁ ଆଶ୍ୱସ୍ତି ମିଳିଛି । ତାଙ୍କ ନାମରେ ନୟାପଲ୍ଲୀ ଥାନାରେ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଏପରି ଦୁଇଟି ମାମଲା ରହିଛି । ଗତ ବର୍ଷ ଅକ୍ଟୋବର ମାସ ୭ ତାରିଖରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ୧୭ ତାରିଖରେ ତାଙ୍କର ଜାମିନକୁ ଏସଡିଜେଏମ୍ କୋର୍ଟ ନାମଞ୍ଜୁର କରିଦେଇଥିଲେ । ସେହିପରି ୨୧ ତାରିଖରେ ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ବାସଭବନରୁ ପୋଲିସ ଜଗବନ୍ଧୁଙ୍କୁ ଗିରଫ କରିଥିଲା । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଗଠନ ପଛରେ ଜଗବନ୍ଧୁ ମାଷ୍ଟରମାଇଣ୍ଡ ରହିଥିଲେ । କେଉଁ ଉପାୟରେ ଅର୍ଥ ଆସିବ, କାହାକୁ କେମିତି ଫସାଯିବ, ସେସବୁର ପ୍ରି-ପ୍ଲାନ କରୁଥିଲେ ଜଗବନ୍ଧୁ । ଅର୍ଚ୍ଚନା ଗିରଫ ହେବା ପରେ କିଛିଦିନ ପାଇଁ ଜଗବନ୍ଧୁ ଫେରାର ରହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!