ଭଦ୍ରକ, (ବାଘୁଆବାର୍ତ୍ତା): ଦୀର୍ଘ ଦିନ ପରେ ପୁଣି ବ୍ରାଉନ ସୁଗାର ଜବତ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଗତ ୧୪ ତାରିଖ ଦିନ ୧୬ ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ MV ଗାଡି ଚେକିଂ ସମୟରେ ରାଜୁ ମାଝୀ ନାମକ ଜଣେ ବ୍ୟକ୍ତି ମଟରସାଇକେଲରେ ପଳାଇ ଯାଉଥିଲା । ପାଣିକୋଇଲିରୁ ଭଦ୍ରକ ଚରମ୍ପା ବଉଳପୋଖରୀକୁ ଆସୁଥିବା ସମୟରେ ଗେଲପୁର ଛକ ନିକଟରେ ପୋଲିସ ଚେକିଂ କୁ ଦେଖି ଗାଡିରେ ବସିଥିବା ଲୋକ କୁ ଛାଡି ଗାଡି ନେଇ ଖସି ପଳାଉଥିବା ବେଳେ ପୋଲିସ ସନ୍ଦେହ କରି ଅଟକାଇ ଥିଲା । ତାକୁ ଚେକିଂ କରିବାରୁ ତା ନିକଟରୁ ୧୫.୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏକ ମୋବାଇଲ କୁ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ । ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ୍ୟ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ।






