ଭଦ୍ରକ, (ବାଘୁଆବାର୍ତ୍ତା): ଥମିବାର ନା ଧରୁନି ନକଲି ଜର୍ଦ୍ଦା ର କାରବାର, ନକଲି ଜର୍ଦ୍ଦା କବଳରେ ଭଦ୍ରକ ର ପୁରୁଣା ବଜାର ଅଞ୍ଚଳ, କିଛି ଦିନ ପୂର୍ବରୁ ୧୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ମୂଲ୍ୟର ନକଲି ଜର୍ଦ୍ଦା ଓ ସାମଗ୍ରୀ ଜବତ ହୋଇଥିବା ବେଳେ ଆଜି ପୁଣି ଭଦ୍ରକ ପୁରୁଣା ବଜ଼ାର ଥାନାର ଜର୍ଦା ଜବତ ଜଣେ ଗିରଫ, ଭଦ୍ରକ ପୁରୁଣା ବଜ଼ାର ଥାନା ଅନ୍ତର୍ଗତ ବାଙ୍କା ବଜ଼ାର ଦୁର୍ଗାମଣ୍ଡପ ନିକଟରେ ଏକ ସ୍କୁଟି ଯୋଗେ ଇଚ୍ଛା ପୁର ଯାଉଥିବା ବେଳେ ପୋଲିସ ଖବର ପାଇ ଏସ କେ ବୁଲୁ କୁ ଗିରଫ କରିବା ସହ କୋଟ ଚାଲାଣ କରିଛି । ଜର୍ଦା ର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ପୁରୁଣା ବଜ଼ାର ପୋଲିସ କହିଛନ୍ତି ।





