ଲମତାପୁଟ, (ବାଘୁଆବାର୍ତ୍ତା): କୋରାପୁଟ ପୋଲିସକୁ ପୁଣି ସଫଳତା । ୧ କୋଟି ୨୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଚଢାଉ କରି ଜବତ କଲା ମାଛକୁଣ୍ଡ ପୋଲିସ । କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ୍.ଡି.ପିଓ ଙ୍କ ନେତୃତ୍ବରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବେ ସ୍ୱତନ୍ତ୍ର ଟିମ ଗଠନ କରି ଚଢାଉ କରିଥିଲେ । ଚଢାଉ ବେଳେ ଖଡାପୁଟ ଗାଁରେ ଜଣଙ୍କ ଘରେ ଗଛିତ ରଖାଯାଇଥିବା ବିପୁଳ ଗଞ୍ଜେଇ ଜବତ ହୋଇଛି । ପୋଲିସ୍ ରେଡ୍ ଦେଖି ମାଲିକ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଘର ଯାଞ୍ଚ କରିବାରୁ ୪୯ଟି ବସ୍ତାରେ ଥିବା ୧୨ ଶହ ୬୦ କେଜି ଗଞ୍ଜେଇ ବାହାରିଥିଲା । ଏହି ଗଞ୍ଜେଇର ମୂଲ୍ୟ ୧ କୋଟି ୨୬ ଲକ୍ଷ ଟଙ୍କା ହେବ ବୋଲି ପୋଲସ ସୂଚନା ଦେଇଛି । ଫେରାର ଥିବା ଘର ମାଲିକକୁ ଚିହ୍ନଟ କରି ଧରିବା ପାଇଁ ଉଦ୍ୟମ ଆରମ୍ଭ କରଛି ମାଛକୁଣ୍ଡ ପୋଲିସ । ଏହି ଗାଁଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଏବଂ ମାଓ ପ୍ରଭାବିତ ଅଞ୍ଚଳ ।





