Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକ କଖାରୁ ବୋଝେଇ କ୍ୟାଣ୍ଟରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ପୁଲିସ୍

by ସଞ୍ଜୟ ସ୍ୱାଇଁ
September 6, 2021
in Crime, State
ଏକ କଖାରୁ ବୋଝେଇ କ୍ୟାଣ୍ଟରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ପୁଲିସ୍
85
VIEWS
Share on FacebookShare on Twitter

ଭବାନୀପାଟଣା, (ବାଘୁଆବାର୍ତ୍ତା): ଗଞ୍ଜେଇ ମାଫିଆ ପୁଲିସ୍ ଆଖିରେ ଧୂଳି ଦେଇ ଖସିଯିବା ପାଇଁ ଭିନ୍ନ ଭିନ୍ନ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ମାଲବାହୀ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ପଇଡ଼, କଦଳୀ ଓ ଆଲମାରୀ ବୋଝେଇ ଟ୍ରକ୍‌ରେ ପଠାଉଛନ୍ତି। ଗତକାଲି କଳାହାଣ୍ଡି ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କଖାରୁ ବୋଝେଇ କ୍ୟାଣ୍ଟରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ପୁଲିସ୍। କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଅଣ୍ଡର ବ୍ରିଜ୍ ନିକଟରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖ୍ ପଚରାଉଚରା କରୁଛି ପୁଲିସ୍। ଗତକାଲି ଏକ କଖାରୁ ବୋଝେଇ କ୍ୟାଣ୍ଟର ରାୟଗଡ଼ାରୁ ଉତ୍ତର ପ୍ରଦେଶର ଗାଜିଆବାଦ ଅଭିମୁଖେ ଯାଉଥିଲା। ତେବେ ସେଥିରେ କଖାରୁ ସହ ଗଞ୍ଜେଇ ଥିବା ପୁଲିସ୍ କୌଣସି ସୁତ୍ରରୁ ଖବର ପାଇଥିଲା। ପୁଲିସ୍ ଗାଡ଼ିଟିକୁ ପିଛା କରି କେସିଙ୍ଗା ଅଣ୍ଡର ବ୍ରିଜ୍ ନିକଟରେ ଧରିଥିଲା। ପୁଲିସ ଗାଡ଼ିରେ ଯାଞ୍ଚ କଲାବେଳେ ପ୍ରଥମେ କଖାରୁ ଭର୍ତ୍ତି ବସ୍ତା ବାହାରିଥିଲା। ତେବେ କଖାରୁ ବସ୍ତା ତଳୁ ୨୮୧ ପ୍ୟାକେଟ ଗଞ୍ଜେଇ ବାହାରିଥିଲା। ପୁଲିସ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!