ରଣପୁର, (ବାଘୁଆବାର୍ତ୍ତା): ଆଜି ଚାନ୍ଦପୁର ଥାନା ଚମ୍ପାପେଡ଼ି ଜଙ୍ଗଲରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ଆଇଆଇସି ମୁକେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଗୋଟିଏ ସ୍କୁଟି ସହ ଗୋଟିଏ ପଲସର୍ ବାଇକ୍ ଜବତ କରାଯାଇଛି । ଜୁଆ ପାଲି ସହ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିବା ମଧ୍ୟ ଜଣାପଡ଼ିଛି । ଜୁଆ ଆଡ୍ଡା ମାଲିକଙ୍କୁ ଗିରଫ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତ ଜଣକ ବ୍ରଜ କିଶୋର ମାଝୀ । ସେ ରଣପୁର ଥାନା ଅଧିନସ୍ଥ ଗୋପାଳ ପୁର ଗ୍ରାମର । ତେବେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।





