Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଏକ ୱେବ ଚ୍ୟାନେଲର ମୁଖ୍ୟ

by ସଞ୍ଜୟ ସ୍ୱାଇଁ
September 6, 2021
in Crime, State
ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଏକ ୱେବ ଚ୍ୟାନେଲର ମୁଖ୍ୟ
99
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜଣେ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଅପହରଣ କରି ଦାଦା ବଟି ମାଗିବା ଅଭିଯୋଗରେ ଗିରଫ ହୋଇଛନ୍ତି ଏକ ୱେବ ଚ୍ୟାନେଲର ମୁଖ୍ୟ। ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ୱେବ୍‌ ଚ୍ୟାନେଲ୍‌ର ମହିଳା ସାମ୍ବାଦିକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ପୁଲିସ୍‌ ଜାଲରେ ପଡ଼ିଛନ୍ତି ୱେବ ଚ୍ୟାନେଲ ମୁଖ୍ୟ ରଘୁନାଥ ସାହୁ ଓରଫ ରାଜା । ତାଙ୍କୁ କୋଲକାତାରୁ ଗିରଫ କରାଯାଇଛି। ରାଜାଙ୍କୁ ଗିରଫ କରି ଓଡ଼ିଶା ଅଣାଯାଇଥିବା ବେଳେ ମାମଲା ଉପରୁ ପୂରା ପରଦା ହଟିବ ଓ ସେମାନେ ଆଉ କାହାକୁ ଟାର୍ଗେଟ କରଥିଲେ ଜଣାପଡ଼ିବ ବୋଲି କୁହାଯାଉଛି। ୱେବ ଚ୍ୟାନେଲ୍ ଆଢ଼ୁଆଳରେ କିଭଳି ଏସବୁ କାମ କରାଯାଉଥିଲା, ସେ ଦିଗକୁ ନେଇ ବି ତଦନ୍ତ କରାଯିବ। ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାଇନ୍ସ ବ୍ୟବସାୟ ସହ ଜଡ଼ିତ ଜଣେ ଯୁବକ ଓ କେନ୍ଦ୍ରାପଡ଼ାରେ ରହୁଥିବା ତାଙ୍କର ଜଣେ ସହଯୋଗୀଙ୍କୁ ଗତ ୫ ତାରିଖରେ ଭୁବନେଶ୍ୱରକୁ କେହି ଫୋନ କରି ଡାକିଥିଲେ । ସେମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରଠାରେ ଥିବା ଏକ ୱେବ ଚ୍ୟାନେଲ କାର୍ୟ୍ୟାଳୟକୁ ଉଭୟଙ୍କୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ୫ ଲକ୍ଷ ଟଙ୍କା ଦେବା ପାଇଁ କୁହାଯାଇଥିଲା। ମାତ୍ର ଉଭୟ ଯୁବକ ମନା କରିବାରୁ ସେଠାରେ ସେମାନଙ୍କୁ ଅକଥନୀୟ ନିର୍ୟାତନା ଦିଆଯାଇଥିଲା। ଉଭୟଙ୍କୁ ନିର୍ଘାତ ମାଡ଼ ମରାଯାଇଥିବା ବେଳେ ସିଗାରେଟ ଚେଙ୍କ ମଧ୍ୟ ଦିଆଯାଇଥିଲା। ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଏହାର ଚିହ୍ନ ଦେଖିବାକୁ ମିଳିଥିଲା। ଉଭୟଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ପରିବାର ଲୋକ ଯୋଗାଯୋଗ କରିପାରୁ ନ ଥିଲେ। ୨ ଦିନ ପରେ ଉଭୟଙ୍କ ପରିବାର ଲୋକଙ୍କୁ ସେମାନଙ୍କ ଅପହରଣ ବିଷୟରେ କୁହାଯିବା ସହ ୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ମାତ୍ର ୫୦ ହଜାରର ଟଙ୍କାରେ କଥା ଛିଣ୍ଡିଥିଲା। ୫୦ ହଜାର ପାଇବା ପରେ ଉଭୟଙ୍କୁ ଛଡ଼ା ଯାଇଥିଲା। ଏନେଇ ଉଭୟଙ୍କ ପରିବାର ଲୋକ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ୱେବ୍‌ ଚ୍ୟାନେଲ୍‌ର ମହିଳା ସାମ୍ବାଦିକ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ରଘୁନାଥ ସାହୁ ଫେରାର ହୋଇଯାଇଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!