ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହାଇଦ୍ରାବାଦର ଡି.ଆର.ଆଇ ଅଧିକାରୀ ସେକୁଣ୍ଡରାବାଦ ରେଳ ଷ୍ଟେସନରେ ଫାଲକନୁମା ଏକ୍ସପ୍ରେସ ଦ୍ୱାରା କୋଲାକାତା ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଉକ୍ତ ବ୍ୟକ୍ତିଙ୍କଠାରୁ ୨ କେଜିରୁ ଉର୍ଦ୍ଧ୍ୱ ସୁନା ଜବତ ହୋଇଥିବା ବେଳେ ତାହା ୨୪ କ୍ୟାରେଡ୍ ବୋଲି ଜଣାପଡ଼ିଛି । ଯାହାର ଦାମ୍ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା । ଗିରଫ କରିଥିବା ଏହି ବ୍ୟକ୍ତି ଜଣକ ଚୋରା ସୁନାକୁ କୋଲକାତାରୁ କିଣିଥିବା କହିଥିଲେ । ତାଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇଁ ମାମଲାର ଯାଞ୍ଚ କରୁଛି ପୋଲିସ୍ ।





