ରାଉରକେଲା, (ବାଘୁଆବାର୍ତ୍ତା): ନିଶା ଖାଇବାକୁ ମା’କୁ ଟଙ୍କା ମାଗିଲା ପୁଅ । ଏହାକୁ ମା’ ଓ ଭାଉଜ ବାରଣ କଲେ । ଏହାପରେ ସବୁ ସୀମା ଅତିକ୍ରମ କରିଗଲା ପୁଅ । ମା’ ଓ ଭାଉଜଙ୍କ ବେକ କାଟି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ରାଉରକେଲା ବନ୍ଧମୁଣ୍ଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାଉରକେଲା ବନ୍ଧମୁଣ୍ଡାରେ ନିଶାରେ ଚୁର ହୋଇ ମା’ର ବେକ କାଟିଦେଇଛି ପୁଅ । ଭାଉଜ ପ୍ରତିବାଦ କରିବାରୁ ଭାଉଜର ବେକ ମଧ୍ୟ କାଟିଦେଇଛି । ପରେ ନିଜେ ନିଜ ବେକ ଓ ଛାତି କାଟି ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ନିଶାଗ୍ରସ୍ତ ପୁଅ ଜୁଦିସନ୍ କେରକେଟା ଓ ବୃଦ୍ଧା ମା’ ଇଗ ନାସିଆ କେରକେଟା ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭାଉଜଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇଜିଏଚ ସ୍ଥାନାନ୍ତର କରାଯାଇଛି ଓ ଏ ଘଟଣା ପରେ ବନ୍ଧମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି ।





