Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଇବୋହୂର ଆକ୍ରମଣରେ ଦେଢ଼ଶୁର ମୃତ

by ସଞ୍ଜୟ ସ୍ୱାଇଁ
July 4, 2021
in Crime, State
ଭାଇବୋହୂର ଆକ୍ରମଣରେ ଦେଢ଼ଶୁର ମୃତ
187
VIEWS
Share on FacebookShare on Twitter

ଭଞ୍ଜନଗର, (ବାଘୁଆବାର୍ତ୍ତା): ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦେଢ଼ଶୁରକୁ ମାରିଦେଲା ଭାଇବୋହୂ। ଏମିତି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗାଁରୁ। ମୃତ ବ୍ୟକ୍ତିଙ୍କ ନାଁ ସନ୍ତୋଷ ନାୟକ। ପାଞ୍ଚବର୍ଷ ପୂର୍ବେ ତାଙ୍କ ସାନଭାଇଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ତାଙ୍କ (ସନ୍ତୋଷଙ୍କ) ଭାଇବୋହୂ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ହେଲେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସନ୍ତୋଷ ଓ ତାଙ୍କ ଭାଇବୋହୂଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଗତକାଲି ସେମାନଙ୍କ କଳି ଉଗ୍ରରୂପ ନେଇଥିଲା। ଏହି ସମୟରେ ସନ୍ତୋଷଙ୍କୁ ତାଙ୍କ ଭାଇବୋହୂ ନିଜ ବାପ ଘର ଲୋକଙ୍କ ସହାୟତାରେ ମିଳିତ ଭାବେ ଆକ୍ରମଣ କରିଥିଲେ। ସନ୍ତୋଷଙ୍କୁ ସେମାନେ କୋଡ଼ି ବେଣ୍ଟରେ ପିଟିଥିଲେ। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହା ସହିତ ସନ୍ତୋଷଙ୍କ ଭାଇବୋହୂ ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!