ବାଣୀଗୋଛା, (ବାଘୁଆବାର୍ତ୍ତା): ମଙ୍ଗଳବାର ସନ୍ଧ୍ୟାରେ ବାଣୀଗୋଛା ପୋଲିସ ନିକଟସ୍ଥ ତାକୁଡ଼ା ଠାରେ ପେଟ୍ରୋଲିଂ କରି ଗାଡ଼ି ଚେକିଂ କରୁଥିବାବେଳେ କନ୍ଧମାଳ ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା OR02BE5777 ନଂ ଟାଟାସଫାରି ଗାଡ଼ି ଆଗରେ ପୋଲିସ୍ ଥିବାର ଜାଣିପାରି ଗାଡ଼ି ପଛକୁ ବୁଲାଇ କନ୍ଧମାଳ ଅଭିମୁଖେ ଦୃତଗତିରେ ଖସି ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ବାଣୀଗୋଛା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ଙ୍କୁ ସନ୍ଦେହ ଲାଗିବାରୁ ସେ ତାଙ୍କ ଟିମ୍ କୁ ଧରି ପୋଲିସ୍ ଭ୍ୟାନ ରେ ଟାଟାସଫାରି ଗାଡ଼ି ର ପିଛା କରିଥିଲେ । ବାଣୀଗୋଛା ନିକଟସ୍ଥ କାମିଟିପଙ୍ଗା ହନୁମାନ ମନ୍ଦିର ନିକଟରେ ଦୁର୍ବୃତ ମାନେ ଗାଡ଼ି ଛାଡ଼ି ଖସି ପଳାଇଥିଲେ । ପରେ ବାଣୀଗୋଛା ପୋଲିସ ଯାଇ ଗାଡ଼ିକୁ ଚେକିଂ କରି ବିପୁଳ ଗଞ୍ଜେଇ ଗାଡିରେ ଠାବ କରିଥିଲେ। ଗାଡିରୁ ପ୍ରାୟ୮୦ କେଜି ଗଞ୍ଜେଇ ଜବତ୍ ହୋଇଥିବା ସୁଚନା ଦେଇଛନ୍ତି ବାଣୀଗୋଛା ଥାନା ଅଧୀକାରୀ ସଞ୍ଜୟ କୁମାର ମଲ୍ଲିକ। ଯାହାର ଆନୁମାନିକ ମୂଲ୍ଯ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ପୂର୍ବରୁ ଚୋରାଗୋରୁ ଚାଲାଣ ଡକାୟତି, ଚୋରା ଗାଡ଼ି ଚାଲାଣ ଭଳି ମାମଲା ଗୁଡିକୁ ଅତ୍ୟନ୍ତ ଗୁରୁତର ସହିତ ନେଇ ବାଣୀଗୋଛା ପୋଲିସ ସଫଳତା ପାଇଛି। ବିଶେଷ କରି ଥାନା ଅଧିକାରୀ ସଞ୍ଜୟ କୁମାର୍ ମଲ୍ଲିକ ଙ୍କ କାର୍ଯ୍ୟାନୁଷ୍ଠାନ ଚୋର ଙ୍କ ମନ ରେ ଛନକା ପଶାଇବା ସହିତ ସାଧାରଣ ଲୋକ ଙ୍କ ପୋଲିସ ଉପରେ ଥିବା ଆସ୍ଥା କୁ ଦୃଢ଼ କରିଛି ।କିନ୍ତୁ ଏହି ଘଟଣାରେ ଅଭିଯୁକ୍ତମାନେ ଗଞ୍ଜେଇ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।





