Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକାର ମା’କୁ ଟେକା ମାରି ଅଚେତ କରି ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
September 6, 2021
in Crime, State
ନାବାଳିକାର ମା’କୁ ଟେକା ମାରି ଅଚେତ କରି ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗ
238
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ନାବାଳିକା ଉପରେ ଲୋଲୁପ ଦୃଷ୍ଟି ରଖିଥିଲା ଅଭିଯୁକ୍ତ । ରାସ୍ତାରୁ କଣ୍ଟା ସଫା କରିବା ପାଇଁ ନାବାଳିକାର ମା’କୁ ଟେକା ମାରିଲା । ମା’ ଅଚେତ ହୋଇ ପଡ଼ିଯିବା ପରେ ନାବାଳିକା ଝିଅକୁ ଟେକି ନେଇ ଦୁଷ୍କର୍ମ କଲା । ଏପରିକି ବାହାରେ ପ୍ରଘଟ କଲେ ମାରିଦେବାକୁ ଧମକ ମଧ୍ୟ ଦେଲା। ଏହାସତ୍ତ୍ୱେ ନାବାଳିକାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତ ତେନ୍ତୁଳିଖୁଣ୍ଟି ବ୍ଲକ ହର୍ମିମୁଣ୍ଡାର ତୁଲାରାମ ମାଝୀକୁ ଗିରଫ କରିଛି। ଅଭିଯୁକ୍ତ ମାଡ଼ରେ ଗୁରୁତର ହୋଇ ପଡ଼ିଥିବା ନାବାଳିକାଙ୍କ ମା’ ଏବେ ମରଣ ସହ ସଂଘର୍ଷ କରୁଛନ୍ତି। ନବରଙ୍ଗପୁରରେ ଆସିଲା ଏପରି ଏକ ଚାଞ୍ଚଲ୍ୟକର ଘଟଣା । ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳର ମହିଳାଜଣକ ନିଜ ୧୫ ବର୍ଷୀୟା ନାବାଳିକା ଝିଅ ସହ ଗତ ୩ ତାରିଖରେ ସକାଳୁ ନିଜ ଜମିକୁ କାମ କରିବାକୁ ଯାଇଥିଲେ। ଜମି କାମ ସାରି ଉଭୟ ମା’ ଏବଂ ଝିଅ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଏହି ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ହର୍ମିମୁଣ୍ଡାର ତୁଲାରାମ ମାଝୀ ହାତରେ କିଛି ପଥର ଧରି ଉଭୟ ମା’ ଓ ଝିଅଙ୍କ ଫେରିବା ବାଟକୁ ଚାହିଁ ବସିଥିଲା। ସନ୍ଧ୍ୟା ସମୟରେ ସେମାନେ ଜମିରୁ ଫେରିବା ବାଟରେ ଅଭିଯୁକ୍ତ ପ୍ରଥମେ ମା’ ମୁଣ୍ଡକୁ ପଥର ମାରି ରକ୍ତାକ୍ତ କରିଥିଲା। ମା’ ଅଚେତ ହୋଇ ତଳେ ପଡିଯିବା ପରେ ନାବାଳିକା ଝିଅର ହାତଗୋଡ଼ ବାନ୍ଧି ମକା କ୍ଷେତ ଭିତରକୁ ଟାଣି ନେଇଥିଲା ତୁଲାରାମ । ସେଠାରେ ସେ ନାବାଳିକାକୁ ଦୁଷ୍କର୍ମ କରି ଛାଡି ଚାଲିଯାଇଥିଲା ବୋଲି ପୀଡିତା ବୟାନ କରିଛନ୍ତି। ଗ୍ରାମବାସୀ ରକ୍ତାକ୍ତ ଅବସ୍ଥାରେ ମା’ଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକାନ୍ଦିକାନ୍ଦି ଘରକୁ ଫେରିବା ପରେ ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲା। ଝିଅଙ୍କ ବାପା ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ତୁଲାରାମକୁ ପୂଜାରୀଗୁଡାଗ୍ରାମ ନିକଟରୁ ଗିରଫ କରିଛି ପୁଲିସ। ପୁଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ କ୍ରିଏଟ କରିଛି। ଅଭିଯୁକ୍ତ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ। ନଚେତ ଅଭିଯୁକ୍ତ ବାହାରକୁ ବାହାରି ପୁଣି ଅନ୍ୟ ଝିଅର ଜୀବନ ନଷ୍ଟ କରିଦେବ ବୋଲି ସେମାନେ ଶଙ୍କା ପ୍ରକଟ କରିଛନ୍ତି। ତଦନ୍ତ ଜାରି ରହିଥିବାରୁ ଏସମ୍ପର୍କରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!