ଭୁବନେଶ୍ବର, (ବାଘୁଆବାର୍ତ୍ତା): ଇଓଡବ୍ଲୁ ପଞ୍ଝାରେ ଦୁଇ ଜଣ ଜମି ଦଲାଲ । ଜଗତସିଂହପୁରର ସବିତା ଦାସ ଓ ଆଠଗଡର ଆଦିତ୍ୟ ସାହୁଙ୍କୁ ଗିରଫ କରିଛି ଇଓଡବ୍ଲୁ । ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଅନ୍ୟ ଲୋକର ଜମିକୁ ରେଜିଷ୍ଟ୍ରେସନ କରି ବିକି ଦେଉଥିଲେ । ତେବେ ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଜମି ମାଲିକଙ୍କ ଫଟୋ ଓ ପ୍ୟାନ୍ କାର୍ଡକୁ ଅତି ଚଞ୍ଚକତା କରି ନକଲି ପାନ୍ କାର୍ଡ କରି ଟଙ୍କା ନେଇଯାଇଥିଲେ । ଏହି ରାକେଟରେ ଆହୁରି ଅନେକ ବ୍ୟକ୍ତି ଥାଇପାରନ୍ତି ବୋଲି ସନ୍ଦେହ କରିଛି ଇଓଡବ୍ଲୁ । ଏଭଳି ଠକାମୀର ଶିକାର ଅଭିଯୋଗକାରୀଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ୍ ଫ୍ରି ନମ୍ବର ହେଉଛି ୧୮୦୦ ୩୪୫୭ ୧୦୩ । ଏହି ନମ୍ବରରେ ଅଭିଯୋଗ କରିବାକୁ ଇଓଡବ୍ଲୁ ପକ୍ଷରୁ ପରାମର୍ଶ ଦିଆଯାଇଛି ।





