ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଜଜ ରୁପଶ୍ରୀ ଚୌଧୁରୀ ଆଜି ଜଣେ ଗଞ୍ଜେଇ ବେପାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିବା ସହ ୧ ଲକ୍ଷ ଟଙ୍କା ଜୋରିମନା ପ୍ରଦାନ କରିଛନ୍ତି । ସୁଚନାନୁସାରେ ଫତେଗଡ଼ ଥାନା ପିଠାଖାଇ ଛକଠାରେ ପିଠାଖାଇ ଗ୍ରାମର ଚନ୍ଦ୍ରମଣି ଲେଙ୍କାଙ୍କ ପୁଅ ସନ୍ତୋଷ କୁମାର ଲେଙ୍କା ୯୬ କେଜି ଗଞ୍ଜେଇ ଧରି ଛକ ଉପରେ ଛିଡା ହୋଇଥିଲେ । ସକାଳ ୬ ଘଟିକା ସମୟରେ କଟକ ସ୍ପେସ୍ୟାଲ ସ୍କ୍ୱାର୍ଡ ଗଞ୍ଜେଇ ବେପାରୀକୁ ମାଡି ବସିଥିଲେ । ସ୍ପେସ୍ୟାଲ ସ୍କ୍ୱାର୍ଡ ତରଫରୁ ଆସାମୀ ବିରୁଦ୍ଧରେ ୧୩.୦୧.୨୦୨୨ ରିଖରେ ମାମଲା ରୁଜ କରାଯାଇଥିଲା । ଆଜି ଏହି ମାମଲାଟିକୁ ଜିଲ୍ଲା ଜଜ୍ ଶୁଣାଣି କରିଥିଲେ । ଆସାମୀ ସନ୍ତୋଷ କୁମାର ଲେଙ୍କାକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମନା କରିଛନ୍ତି । ଉକ୍ତ ମାମଲାରେ ସ୍ୱତନ୍ତ୍ର ସରକାରୀ ଓକିଲ ପ୍ରମୋଦ କୁମାର ବିଶ୍ୱାଳ ମାମଲା ପରିଚାଳନା କରିଥିଲେ ।





