ନୟାଗଡ଼, (ବାଘୁଆବାର୍ତ୍ତା): ମହିପୁର ମଶାଣି ପାଖରୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଶି ମଦ ଜବତ କରିବା ସହ ମଦ ବ୍ୟବସାୟୀକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ନୂଆଗାଁ ପୋଲିସ୍ । ମଦ ବ୍ୟବସାୟୀ ଜଣଙ୍କ ହେଲେ ମହିପୁର ପାଟୁଳୀସାହି ଗ୍ରାମର ଜଳଧର ସାହୁ । ସୂଚନାନୁସାରେ, ନୂଆଗାଁ ଥାନା ଅନ୍ତର୍ଗତ ମହିପୁର ପାଟୁଳିସାହି ଗ୍ରାମର ସ୍ୱର୍ଗତ କାଶିନାଥ ସାହୁଙ୍କ ପୁଅ ଜଳଧର ସାହୁ ଟିଭିଏସ ଏକ୍ସସେଲ ଗାଡ଼ି ନଂ-(ଓଡି୨୫ବି ୫୬୪୬)ରେ ଏଜ ଜାରକିନରେ ଦେଶୀ ମଦ ନେଇ ଯାଉଥିବା ବେଳେ ମହିପୁର ମଶାଣି ଠାରେ ପୋଲିସ୍ ଅଟକାଇ ଥିଲା । ପୋଲିସ୍ ପଚାରିବାରୁ ପାଣି ନେଇ ଯାଉଥିବା କହି ଖସିଯିବାକୁ ବସିଥିବା ବେଳେ ପୋଲିସ୍ ସନ୍ଦେହ କରି ଜାରକିନ ଖୋଲିଲା ବେଳକୁ ଦେଶୀ ମଦ ଥିବା ଦେଖିବାକୁ ପାଇଥିଲେ । ଜାରକିନରେ ୩୦ ଲିଟର ମଦ ଥିବା ବେଳେ ପୋଲିସ ଗାଡ଼ି ସହ ମଦ ଜବତ କରି ଥାନାକୁ ଆଣି ପଚରା ଉଚୁରା କରିବା ଥାନାରେ କେସ୍ ନଂ-୨୫/୨୦୨୩ରେ ଏକ ମାମଲା ଋଜୁକରି ମଦ ବ୍ୟବସାୟୀ ଜଳଧର ସାହୁକୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଛି ବୋଲି ନୂଆଗାଁ ଥାନାଧିକାରିଣୀ ପୁଷ୍ପଲତା ବେହେରା ସୂଚନା ଦେଇଛନ୍ତି ।





