କଟକ, (ବାଘୁଆବାର୍ତ୍ତା): ରକ୍ତକୁ ନେଇ ସାଙ୍ଘାତିକ କାରବାର । ଅଧିକ ଦରରେ ରକ୍ତ ବିକୁଥିବା ୩ ଦଲାଲ ଗିରଫ । ୩ ଦଲାଲଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ସେଣ୍ଟ୍ରାଲ ରେଡକ୍ରସ ବ୍ଲକ ବ୍ୟାଙ୍କରେ ଚାଲିଥିଲା କାରବାର । ଗିରଫ ଅଭିଯୁକ୍ତ ହେଲେ ବିକାଶ ସ୍ବାଇଁ, ସଞ୍ଜୟ ପ୍ରଧାନ ଏବଂ ପଦ୍ମ ଚରଣ ଦାସ । ରକ୍ତ ଦଲାଲିରେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ । ଏମାନେ ପ୍ରତେକ ୟୁନିଟ ବ୍ଲଡ଼କୁ ୧୫ ଶହରୁ ୨ ହଜାର ଟଙ୍କାରେ ବିକ୍ରୀ କରୁଥିଲେ ଗିରଫ ଦଲାଲ । ତେବେ ଏହି ସାଙ୍ଘାତିକ କାରବାରରେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ । ସେମାନଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲର କଲ ଡିଟେଲସ ଯାଞ୍ଚ କରି ଅଧିକ ତଦନ୍ତ କରିବା ପାଇଁ ପୋଲିସ ଟାର୍ଗେଟ ରଖିଛି । ଗତ ୩ ବର୍ଷ ଭିତରେ ଏସ ସି ବି ମେଡିକାଲ ଏବଂ ଏସ ସି ବି ବ୍ଲଡ଼ବ୍ୟାଙ୍କ ପରିସରରୁ ପ୍ରାୟ ୩୦ ଜଣ ଦଲାଲଙ୍କୁ ଗିରଫ କରିସାରିଛି ପୋଲିସ । ସେହି କାରଣରୁ ଏସ୍ସିବି ପରିସରରେ ଦଲାଲଙ୍କ ଦୌରାତ୍ମ୍ୟ କମିଛି । ହେଲେ ରେଡ଼କ୍ରସ ରକ୍ତ ଭଣ୍ଡାର ଏବେ ଦଲାଲଙ୍କ ପାଇଁ ନୂଆ ଠିକଣା ପାଲଟିଛି ।





