ନୂଆଗଡ଼, (ବାଘୁଆବାର୍ତ୍ତା): ପ୍ରେମିକାର ଅଶ୍ଳୀଳ ଭିଡିଓ ସୋସିଆଲ ମଡିଆରେ ଛାଡ଼ି ପ୍ରେମିକ ଗିରଫ। ଗତ କିଛି ବର୍ଷ ପୂର୍ବେ ନୂଆଗଡ ଗ୍ରାମର ରାଣୀ(ଛଦ୍ମନାମ) ଖଜୁରୀପଦା ସ୍ଥିତ ମହାବିଦ୍ୟାଳୟରେ+୨ କଳାରେ ପାଠ ପଢୁଥିଲେ। ସେହି ସମୟରେ କେ. ଝାଲରସିଂ ଗ୍ରାମର ବିପିନ ଚନ୍ଦ୍ର ମିଶାଲଙ୍କ ପୁଅ ଅମୂଲ୍ୟ ମିଶାଲ୍ (୨୫ ବର୍ଷ)ସିଣ୍ଟୁଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବାପା ମାଆଙ୍କ ଅଜାଣତରେ ଦୁହେଁ ଫୋନରେ କଥାବାର୍ତ୍ତା କରୁଥିଲେ। ଦିନେ ଫୋନ ଯୋଗେ ସିଣ୍ଟୁ ତାଙ୍କ ପ୍ରେମିକା ରାଣୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅଶ୍ଳୀଳ ଭିଡ଼ିଓ କରି ପଠାଇବାକୁ କହିଥିଲେ। ସିଣ୍ଟୁ ଭିଡ଼ିଓ ପାଇବା ପରେ ତମେ ଯଦି ମତେ ବିବାହ ନ କରିବ ତୁମ ଅଶ୍ଳୀଳ ଭିଡ଼ିଓକୁ ଭାଇରାଲ କରିଦେବାର ଧମକ ଦେଇଥିଲେ। ଯୁବତୀ ଜଣଙ୍କ ଅନ୍ୟତ୍ର ବିବାହ କରିବାକୁ ଚେଷ୍ଟା କରୁଥିବାରୁ ନୂଆଗଡ଼ର ଜନୈକ ଝିଅକୁ ଚଳିତ ମାସ ୩ ତାରିଖରେ ସିଣ୍ଟୁ ଏହି ଉଲଗ୍ନ ଭିଡିଓ ପଠାଇ ଦେଇଥିଲା। ସଂପୃକ୍ତ ଯୁବତୀ ରାଣୀ ପାଖକୁ ଆସି ସିଣ୍ଟୁଙ୍କୁ ବାହା ନହେଲେ ଉଲଗ୍ନ ଭିଡିଓ ଭାଇରାଲ(ପ୍ରଘଟ) କରିଦେବାକୁ ଧମକ ଦେଇଥିଲେ। ଉଲଗ୍ନ ଭିଡିଓ ମୋବାଇଲ ରୁ ମୋବାଇଲ ଘୂରି ବୁଲୁଥିବା ଜାଣି ପ୍ରେମିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରେମିକାର ଲିଖିତ ଅଭିଯୋଗକୁ ଭିତ୍ତି କରି ରଙ୍ଗ ଥାନା ପୁଲିସ ଏକ ମାମଲା (୧୫/୨୩) ରୁଜୁ କରି ଖଜୁରୀପଦା ପଣ୍ଡି ଅଧିକାରୀଙ୍କ ନେତୃତ୍ଵରେ ପ୍ରେମିକ ସିଣ୍ଟୁକୁ ଦଫା ୧୮୬୦, ୨୯୨(ଏ),୫୦୬,୩୪ ଗିରଫ କରି କୋର୍ଟ ଚାଲାଣ କରିଛି। ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ଏନେଇ ସୂଚନା ଦେଇଛନ୍ତି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଯୁବତୀ ଫେରାର ଥିବା ବେଳେ ତାଙ୍କୁ ମଧ୍ୟ ତୁରନ୍ତ ଗିରଫ ପାଇଁ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି।





