Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀ ଉପସ୍ଥିତି ସତ୍ତ୍ୱେ ପର ପୁରୁଷ ସହ ସ୍ତ୍ରୀ ରଖୁଥିଲା ଅନୈତିକ ସମ୍ପର୍କ

by ସଞ୍ଜୟ ସ୍ୱାଇଁ
September 6, 2021
in Crime, State
ସ୍ୱାମୀ ଉପସ୍ଥିତି ସତ୍ତ୍ୱେ ପର ପୁରୁଷ ସହ ସ୍ତ୍ରୀ ରଖୁଥିଲା ଅନୈତିକ ସମ୍ପର୍କ
440
VIEWS
Share on FacebookShare on Twitter

ଅନୁଗୁଳ (ବାଘୁଆବାର୍ତ୍ତା): ସ୍ୱାମୀ ଉପସ୍ଥିତି ସତ୍ତ୍ୱେ ଘରେ ପର ପୁରୁଷର ହେଉଥିଲା ଏଣ୍ଟ୍ରି। ଏପରିକି ପର ପୁରୁଷ ସହ ସ୍ତ୍ରୀ ରଖୁଥିଲା ଅନୈତିକ ସମ୍ପର୍କ। ସ୍ୱାମୀର ଜାଣତରେ ସବୁ ହେଉଥିବା ବେଳେ ସ୍ୱାମୀ ଏହାର ଭିଡିଓ ରେକଡିଂ କରୁଥିଲା। ରାତାରାତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ସ୍ୱାମୀସ୍ତ୍ରୀ ବିଛାଇଥିଲେ ଏପରି ଜାଲ। ପରେ ଏହାକୁ ବାହାରେ ପ୍ରଘଟ କରିଦେବାର ଧମକ ଦେଇ ଟଙ୍କା ଆଣୁଥିଲେ। ହେଲେ ଏହି ଡ୍ରାମା ବେଶି ଦିନ ଚାଲି ପାରିଲାନି। ପୁଲିସ୍‌ ଜାଲରେ ଫସିଗଲେ ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତ । କିଛି ଦିନ ପରେ କଥା ବାଟରେ ପଡ଼ି ଦାଣ୍ଡରେ ଗଡ଼ିଲା। ପରସ୍ପରକୁ ପାନେ ଦେବାକୁ ଉଭୟ ଥାନାର ଦ୍ୱାରସ୍ତ ହେଲେ। ଏହାପରେ ପୁଲିସ୍‌ ଉଭୟ ପକ୍ଷର ୪ ଜଣଙ୍କୁ ବାନ୍ଧିଛି। ଏପରି ଆଶ୍ଚର୍ୟ୍ୟଜନକ ଘଟଣା ଅନୁଗୋଳ ଟାଉନ ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ତୁରଙ୍ଗଠାରେ ଥିବା ଏକ ବିୟୁଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀ ସମେତ ବ୍ୟବସାୟୀ ରାଜୀବ ଅଗ୍ରୱାଲ ଓ ତାଙ୍କ ପୁଅ ଅଭିଷେକ୍ ଅଗ୍ରୱାଲଙ୍କୁ ବି ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୯ ମସିହାରେ ତୁରଙ୍ଗଠାରେ ଥିବା ଏକ ବିୟୁଟି ପାର୍ଲରର ମାଲିକ ଅନୁଗୁଳ ସହରର ରାଜୀବ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ନିକଟରୁ ୧୦ଟି ଟ୍ରାକ୍ଟର ନେବାକୁ ଯୋଗାଯୋଗ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଲା। ରାଜୀବଙ୍କ ପୁଅ ଅଭିଷେକ୍ ଅଗ୍ରୱାଲ ମଧ୍ୟ ବିୟୁଟି ପାର୍ଲରର ମାଲିକଙ୍କ ଘରକୁ ଯିବା ଆସିବା କଲେ। ଏହା ମଧ୍ୟରେ ଅଭିଷେକ ତାଙ୍କ ସ୍ତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିଲେ। ଏହି ସବୁ ଘଟଣା ଥିଲା ପୂରା ସୁଚିନ୍ତିତ ଷ୍ଟୋରି। ଉଭୟ ବିୟୁଟି ପାର୍ଲର ମାଲିଓ ଓ ତାଙ୍କ ସ୍ତ୍ରୀ ଅଭିଷେକଙ୍କୁ ନିଜ ଜାଲରେ ଫସାଇବାକୁ ଖେଳଥିଲେ ଏପରି ଗେମ୍‌। ଏପରିକି ଅନୈତିକ ସମ୍ପର୍କର ଭିଡିଓ ସୁଟ କରି ବିୟୁଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀ ଅଭିଷେକଙ୍କଠାରୁ ୩୦ ଲକ୍ଷ ଟଙ୍କା ଦାବି କରି ବ୍ଲାକ୍ ମେଲିଂ କରିଥିଲେ। ପୁଅର ବଦନାମୀକୁ ଡରି ରାଜୀବ ଅଗ୍ରୱାଲ ଅଗଷ୍ଟ ୨୫ ତାରିଖରେ ନେଟ୍ ବ୍ୟାକିଙ୍ଗରେ ଉକ୍ତ ବ୍ୟକ୍ତିଙ୍କୁ ୧ ଲକ୍ଷ ୨୯ ହଜାର ଟଙ୍କା ଦେଇଥିଲେ। ଏହାପରେ ଅଭିଷେକ୍ ପାର୍ଲର ମାଲିକଙ୍କ ସ୍ତ୍ରୀଙ୍କୁ ଫୋନପେ’ରେ ୧୦ ହଜାର ଟଙ୍କା ଦେଇଥିଲେ। ହେଲେ କଥା ଏତିକିରେ ସରିଲାନି । ଆହୁରି ଟଙ୍କା ଲୋଭ କାଳ ହେଲା । ଶେଷରେ ଏ ନେଇ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ଚାଲିବାରୁ ଅଭିଷେକ୍ ଗତ ୩ ତାରିଖରେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏହାପରେ ଅଭିଷକ୍ ତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ଉକ୍ତ ଦିନ ମହିଳାଜଣକ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ବ୍ଲାକମେଲିଂ ମାମଲାରେ ପୁଲିସ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେହିଭଳି ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ପୁଲିସ୍‌ ଅଭିଷେକ ଓ ତାଙ୍କ ବାପ ରାଜୀବ ଅଗ୍ରୱାଲଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!