ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଜାତୀୟ ରାଜପଥ ନିକଟରୁ ୨୪୦ କିଲୋ ଗଞ୍ଜେଇ ଜବତ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁକୁଡ଼ିବନ୍ଧ ଠାରେ ମାଡ଼ି ବସିଲା ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଚଢାଉ ବେଳେ ଗଞ୍ଜେଇ ସହ ଟ୍ରକ୍ ଜବତ ହୋଇଛି। ଏହା ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଉତ୍ତରପ୍ରଦେଶର ମହମ୍ମଦ ରିୱାଜ୍। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ ଏହି କାରବାରରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ଖୋଳତାଡ଼ କରୁଛି ପୋଲିସ। ଏନେଇ ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଡମ୍ଵରୁଧର ଖଣ୍ଡା ସୂଚନା ଦେଇଛନ୍ତି।





