ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ମଦନପୁର ଗ୍ରାମରେ ସଙ୍ଗଠିତ ମରଣାତ୍ମକ ଆକ୍ରମଣରେ ଅଭିଯୁକ୍ତ ନିରଞ୍ଜନ ନାୟକ, ବୟସ ୪୦ ବର୍ଷଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ତିନି ହଜାର ଟଙ୍କା ଜୋରିମନା ନିର୍ଦ୍ଦେଶ ଦଆଯାଇଛି । ଓଡ଼ଗାଁ ସହକାରୀ ଦୈରାଜଜ ଶିଭାଶିଷ ଗିରି ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି । ଜୋରିମନା ଅଣଦେୟ ଅତିରିକ୍ତ ୬ ମାସ ସଶ୍ରମ କରାଦଣ୍ଡରେ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଘଟଣାର ବିବରଣୀରୁ ପ୍ରକାଶ ଯେ ଗତ ତା.୦୨.୦୫.୨୦୨୦ ମସିହା ଅପରାହ୍ନ ୫ ଘଣ୍ଟା ସମୟରେ ଅଭିଯୋଗ କାରିଣୀ ପ୍ରମୋଦା ବଳିୟାରସିଂଙ୍କ ସ୍ୱାମୀ ବିପ୍ର ଚରଣ ବଳିୟାରସିଂ ବୟସ ୬୦ ଗ୍ରାମ ମଦନପୁର, ଥାନା-ଓଡ଼ଗାଁ ତାଙ୍କ ଗ୍ରାମର ପୂର୍ବ ଦିଗରୁ ସାଇକେଲରେ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ରଘୁନାଥ ନାୟକଙ୍କ ଘର ସାମ୍ନାରେ ନିଜ ଗ୍ରାମର ବୈକୁଣ୍ଠ ବେହେରାଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ହଠାତ ସେହି ଗ୍ରାମର ନିରଞ୍ଜନ ନାୟକ ଅଭିଯୋଗ କାରିଣୀଙ୍କ ସ୍ୱାମୀଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ବାଉଁଶ ମୁଳିରେ ମୁଣ୍ଡର ପଛ ଭାଗକୁ ବାଡେଇଥିଲେ । ଫଳରେ ତାଙ୍କର ମୁଣ୍ଡ ଫାଟି ରକ୍ତ ଜୁଡୁବୁଡୁ ହୋଇ ଅଚେତ ହୋଇ ତଳେ ପଡି ଯାଇଥିଲେ । ଏହା ପରେ ନିରଞ୍ଜନ ପୁଣି ସେହି ବାଉଁଶ ମୁଳିରେ ତାଙ୍କର ପିଠି, ଗୋଡ଼, ମୁହଁ, ହାତକୁ ଓ ଆଙ୍ଗୁଠିକୁ ବାଡେଇ ଭାଙ୍ଗି ଦେଇଥିଲେ । ଏଥି ସହିତ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏହାପରେ ଓଡ଼ଗାଁ ଡାକ୍ତରଖାନାରେ ଚିକିତ୍ସିତ ହେବା ସହ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛି । ଅବସ୍ଥା ଖରାପ ହେବାରୁ ଭୁବନେଶ୍ୱର ୬ ନଂ ଡାକ୍ତରଖାନାକୁ ରେଫର କରାଯାଇଥିଲା । ଏହି ମାମଲାରେ ଓଡ଼ଗାଁ ସହକାରୀ ଜୌରାଜଜ ଶିବାଶିଷ ଗିରି ଏହି ମାମଲାକୁ ବିଚାର କରି ଆସାମୀକୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ଜୋରିମନା ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ସରକାରୀ ଆଇନଜିବି ଯଜ୍ଞନାରାୟଣ ପାତ୍ର ଓ ଶୁରେନ୍ଦ୍ର କୁମାର ସେନାପତି ମାମଲା ପରିଚାଳନା କରିଥିଲେ ।





