ଦଶପଲ୍ଲା, (ବାଘୁଆବାର୍ତ୍ତା): ବାଣୀଗୋଛା ଥାନା ଅଞ୍ଚଳରେ ଦିନକୁ ଦିନ ଚୋର ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି ।ଏହାକୁ ଏକ ଚ୍ୟାଲେଞ୍ଜ ରୂପେ ଗ୍ରହଣ କରିଛି ବାଣୀଗୋଛା ଥାନା ପୋଲିସ ।ବିଶେଷ କରି ନୂତନ ଭାବେ ଆସିଥିବା ଥାନା ଅଧିକାରୀ ଙ୍କ କାର୍ଯ୍ୟାନୁଷ୍ଠାନ ଚୋର ଙ୍କ ମନ ରେ ଛନକା ପଶାଇବା ସହିତ ସାଧାରଣ ଲୋକ ଙ୍କ ପୋଲିସ ଉପରେ ଥିବା ଆସ୍ଥା କୁ ଦୃଢ଼ କରିଛି । ସେ ଚୋରାଗୋରୁ ଚାଲାଣ ହେଉ କି ଡକାୟତି କି ଚୋରା ଗାଡ଼ି ଚାଲାଣ ହେଉ ଏଭଳି ମାମଲା ଗୁଡିକୁ ଅତ୍ୟନ୍ତ ଗୁରୁତର ସହିତ ନେଇ ସମାଧାନ କରିବାରେ ବାଣୀଗୋଛା ପୋଲିସ ସଫଳ ହେଉଛି ।ଖବର ଅନୁସାରେ ଗତକାଲି ବାଣୀଗୋଛା ପୋଲିସ କୁ ପୁଣି ଏକ ସଫଳତା ମିଳିଛି । ଗତକାଲି ବାଣୀଗୋଛା ଥାନା ଅଧିକାରୀ ଙ୍କ ତତ୍ଵାବଧାନରେ Sub- inspector ଉଦ୍ୟନାଥ ସାହୁ ଙ୍କ ସହଯୋଗ ରେ ଏକ ଟିମ୍ ବାଣୀଗୋଛା ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ଚଢାଉ କରି ୪ ବାଇକ୍ ଲୁଟେରା ଙ୍କୁ କାବୁ କରିବା ସହିତ ୫ ଟି ବାଇକ୍ ଜବତ କରିଛି ।ଏବଂ ଆଜି ୪ ଜଣ ବାଇକ୍ ଲୁଟେରା ଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ।





