Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଧୂ ହତ୍ୟା ମାମଲା : ଏସପିଙ୍କୁ ଭେଟିଲେ ଝିଅର ବାପା

by ସଞ୍ଜୟ ସ୍ୱାଇଁ
January 20, 2023
in Crime, State
ବଧୂ ହତ୍ୟା ମାମଲା : ଏସପିଙ୍କୁ ଭେଟିଲେ ଝିଅର ବାପା
41
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ବଧୂ ହତ୍ୟା ଆଜିବି ସମାଜ ରେ ହେଉଛି, ଯାହା ବଡ ନିନ୍ଦାର ବିଷୟ, ଝିଅର ମୃତ ପରେ ବି ଥାନା ରୁ ନ୍ୟାୟ ନପାଇ ଏସପି ଙ୍କୁ ଭେଟିଲେ ଝିଅର ବାପା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଳା ଭୀମପୁର ଗ୍ରାମରେ। ସେହି ଗ୍ରାମର କାର୍ତ୍ତିକ ଦୀକ୍ଷିତଙ୍କ ପୁଅ ବିଜୟ ଦୀକ୍ଷିତ ସିମୁଳିଆ ଥାନା ଅଧୀନ ଗରଡି ପାଟଣା ଗ୍ରାମର ରବିନ୍ଦ୍ର ସୁତାର ଙ୍କ ଝିଅକୁ ଭଲ ପାଇ ପରେ ହିନ୍ଦୁ ବୈଦିକ ରୀତି ନୀତି ରେ ବିବାହ କରିଥିଲେ। ବିବାହ ର କିଛି ଦିନ ପରେ ବିଜୟ ଦୀକ୍ଷିତ ଝିଅ କୁ ଏକ ଲକ୍ଷ ଟଙ୍କା ଓ ସୁନା ଗହଣା ସମେତ ବିଭିନ୍ନ ଆସବାବପତ୍ର ଆଣିବା ପାଇଁ କହି ଝିଅ କୁ ବାଡ଼େଇ ବିଭିନ୍ନ ପ୍ରକାର ନିର‌୍ୟାତନା ଦେଉଥିଲେ । ପୁଅ ର ବାପା ମାଆ ବିରୋଧ କରିବା ବଦଳରେ ସମର୍ଥନ ଦିଅନ୍ତି । ଯେ ପର‌୍ୟ୍ୟନ୍ତ ଏକ ଲକ୍ଷ ନଦେବ ଝିଅ କୁ ବାପା ଘରକୁ ଯିବାକୁ ଦେଇନଥିଲେ । ତେବେ ଗତ ୦୫.୦୨.୨୦୨୨ ତାରିଖ ଦିନ ପୁତୁରା ଝିଅକୁ ଭଦ୍ରକ ମେଡ଼ିକାଲରେ ଦେଖି ଫୋନ୍ କରିବା ଦ୍ୱାରା ଜାଣିବାକୁ ପାଇ ଭଦ୍ରକ ମେଡ଼ିକାଲ ରେ ଆସି ଦେଖିବା ବେଳକୁ ଝିଅକୁ କଟକ ମେଡ଼ିକାଲକୁ ନେଇଯାଇଥିଲେ । ସେଠାରେ ଜାଇ ଦେଖିବା ବେଳକୁ ତାର ମୃତୁ ହୋଇଛି । ଏ ନେଇ ଭଦ୍ରକ ଗ୍ରାମାଂଚଳ ଥାନା ରେ ୦୬.୧୨.୨୦୨୨ ତାରିଖରେ ଏଫାୟାର ଦେଇଥିଲେ ମଧ୍ୟ ତାକୁ ପୋଲିସ ୧୧.୧୨.୨୦୨୨ ତାରିଖରେ ନମ୍ବର କରିଛି। ଦୀର୍ଘ ଦେଢ଼ ମାସ ବିତି ଯାଇଥିଲେ ବି ଦୋଷୀ ଙ୍କ ବିରୋଧରେ କୌଣସି କାର‌୍ୟ୍ୟାନୁଷଠାନ ନିଆଯାଇନାହିଁ , ଆଜି ଏସପି ଙ୍କୁ ଭେଟି ତୁରନ୍ତ ଦୋଷୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଦେବା ସହ ଯଦି ତିନି ଦିନ ମଧ୍ୟରେ କାର‌୍ୟ୍ୟାନୁଷଠାନ ନ ନିଅନ୍ତି ୨୪ ତାରିଖ ରେ ସପରିବାର ସହ ଏସପି ଅଫିସ୍ ଆଗରେ ଧାରଣା ଦେବେ ବୋଳି ଚେତାବନୀ ଦେଇଛନ୍ତି । ତେବେ ଦେଖିବକୁ ବାକି ରହିଲା ପୋଲିସ କଣ କାର‌୍ୟାନୁଷ୍ଠାନ ନେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!