Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ୍ କବ୍‌ଜାରେ ବାଇକ୍ ଚୋରି ଗ୍ୟାଙ୍ଗ

by ସଞ୍ଜୟ ସ୍ୱାଇଁ
January 15, 2023
in Crime, State
ପୋଲିସ୍ କବ୍‌ଜାରେ ବାଇକ୍ ଚୋରି ଗ୍ୟାଙ୍ଗ
120
VIEWS
Share on FacebookShare on Twitter

ଆଠଗଡ଼, (ବାଘୁଆବାର୍ତ୍ତା): ପୋଲିସ କବ୍‌ଜାରେ ଚୋରି ଗ୍ୟାଙ୍ଗ । କିଛି ଦିନ ହେବ ପୋଲିସର ନିଦ ହଜାଇଥିବା ଗ୍ୟାଙ୍ଗକୁ ଧରିଛି ପୋଲିସ । ତିନୋଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ଗତ କିଛି ହେବ ଆଠଗଡ଼ରେ ଗାଡି ଗ୍ୟାଙ୍ଗ ପୋଲିସର ନିଜ ହଜାଇ ଦେଇଥିଲା । ଲଗାତର ଭାବେ ଆଠଗଡ଼ର ଅଶୋକ ନଗର , ବାଣିକଣ୍ଠ ନଗର, ମୈତ୍ରୀ ନଗର ଅଞ୍ଚଳରୁ ବାଇକ ସବୁ ଚୋରି ହେବାରେ ଆଠଗଡ଼ ପୋଲିସ ଚୋର ମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଆଠଗଡ଼ ଥାନା ଅନ୍ତର୍ଗତ ଦୋରଡ ଗାଁ ମୁଣ୍ଡରେ ଲୁଟେରା ମାନେ ଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଠଗଡ଼ ପୋଲିସ ଚଢ଼ାଉ କରିଥିଲା । ଏଥିରେ ଚାରି ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ସେମାନଙ୍କ ସୂଚନାକୁ ଆଧାର କରି ଢେଙ୍କାନାଳ ଜିଲ୍ଲାର ତରଭା ଫାଣ୍ଡି ଅଞ୍ଚଳରୁ ଚାରୋଟି, ଆଠଗଡ଼ ଥାନା ଅନ୍ତର୍ଗତ ବାଇଧିରି ପାଟଣାରୁ ଗୋଟିଏ, ଭୋଗରାଇରୁ ଗୋଟିଏ ଗାଡି ସହିତ ଲୁଟେରା ମାନେ ବ୍ୟବହାର କରୁଥିବା ଏକ ସ୍କୁଟି ମଧ୍ୟ ଜବତ ହୋଇଛି । ତେବେ ଲୁଟ୍ ହୋଇଥିବା ଗାଡି ଭିତରେ ଦୁଇଟି ପଲସର, ଗୋଟିଏ ୟୁନିକର୍ଣ୍ଣ, ଗୋଟିଏ ସିଡି ଡିଲକ୍ସ, ଗୋଟିଏ ଆପାଚି ଏବଂ ଗୋଟିଏ ହୋଣ୍ଡା ଆକ୍ଟିଭା ରହିଛି। ନାବାଳକ ଚାରି ଜଣଙ୍କୁ ଗିରଫ କରି ବାଳ ଅପରାଧି ଅଦାଲତକୁ ପଠାଯାଇଛି। ଏହାବ୍ୟତୀତ ଚୋରା ଗାଡି ରଖିଥିବା ଅପରାଧରେ ବାଇଧିରି ପାଟଣାର ରତ୍ନାକର ବ୍ରହ୍ମ ଏବଂ ଭୋଗରା ଗାଁ ରମାକାନ୍ତ ସାହୁ ଅଟକ ରଖିଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!