Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ବନ୍ଧା ହେଲେ ୨ ୱେବ୍ ଚ୍ୟାନେଲ୍ ସାମ୍ବାଦିକ

by ସଞ୍ଜୟ ସ୍ୱାଇଁ
September 6, 2021
in Crime, State
ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ବନ୍ଧା ହେଲେ ୨ ୱେବ୍ ଚ୍ୟାନେଲ୍ ସାମ୍ବାଦିକ
99
VIEWS
Share on FacebookShare on Twitter

ଉମରକୋଟ, (ବାଘୁଆବାର୍ତ୍ତା): ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ବନ୍ଧା ହେଲେ ୨ ୱେବ୍ ଚ୍ୟାନେଲ୍ ସାମ୍ବାଦିକ। ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ୱେବ୍ ଚ୍ୟାନେଲ୍ ସାମ୍ବାଦିକ ଫେରାର୍ ଥିବା ସୂଚନା ମିଳିଛି। ଏପରି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଘଟିଛି। ଉମରକୋଟ ବ୍ଲକ ନାୟକଗୁଡାସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ସେହି ଗ୍ରାମର ଜଣେ ୧୦ ବର୍ଷର ନାବାଳକ ବିନା ଅନୁମତିରେ ସ୍କୁଲରେ ପ୍ରବେଶ କରିଥିଲେ । ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ନାବାଳକଙ୍କୁ ବାରଣ କରିବାରୁ ଉଭୟ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଅଭିଭାବକ ଜଣକ ତିନି ଜଣ ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ଖବର ସଂଗ୍ରହ ପାଇଁ ଡାକିଥିଲେ। ଖବର ପାଇ ଜିତେନ୍ଦ୍ର ଦାସ, ନିଗମ ସାହୁ ଏବଂ ଶଙ୍କର ତୁରୁକ ନାମକ ୩ ଜଣ ୱେବ୍‌ ସାମ୍ବାଦିକ ଉକ୍ତ ବିଦ୍ୟାଳୟକୁ ଯାଇଥିଲେ। ଉକ୍ତ ଘଟଣାର ସମାଧାନ କରିବା ପାଇଁ ସଂପୃକ୍ତ ଶିକ୍ଷକଙ୍କଠାରୁ ସେମାନେ ୫୦ ହଜାର ଟଙ୍କା ଦାବି କରିଥିଲେ। ସମ୍ପୃକ୍ତ ଶିକ୍ଷକ ଜଣକ ୩୫ ହଜାର ଟଙ୍କା ଦେଇଥିଲେ। ବାକି ୧୫ ହଜାର ଟଙ୍କା ପାଇଁ ଉକ୍ତ ସାମ୍ବାଦିକମାନେ ଧମକ ଚମକ ଦେବା ପରେ ଶିକ୍ଷକ ଜଣକ ଏନେଇ ଗତକାଲି ଥାନାରେ ସେମାନଙ୍କ ସମେତ ଅଭିଭାବକ କମଳ ବଞ୍ଜାରାଙ୍କ ନାମରେ ଏତଲା ଦେଇଥିଲେ। ଉମରକୋଟ ପୁଲିସ୍‌ ଘଟଣାର ତଦନ୍ତ କରି ୱେବ୍‌ ସାମ୍ବାଦିକ ଜିତେନ୍ଦ୍ର ଦାସ ଓ ଶଙ୍କର ପ୍ରସାଦ ତୁରୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ସମ୍ପୃକ୍ତ ନିଗମ ସାହୁ ଫେରାର୍ ଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ନରେଶ ପ୍ରଧାନ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!