ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସିବିଆଇ ପଞ୍ଝାରେ ରେଲଓ୍ୱେ ଅଧିକାରୀ । ଭୁବନେଶ୍ୱର ସମେତ ୪ଟି ସ୍ଥାନରେ ଚାଲିଛି ରେଡ୍ । ସିବିଆଇର ୫ଜଣିଆ ଟିମ୍ ଏହି ଚଢାଉରେ ସାମିଲ ଅଛନ୍ତି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଲଓ୍ୱେ ଅଧିକାରୀଙ୍କ ଘରେ ସିବିଆଇ ପକ୍ଷରୁ ରେଡ୍ ଚାଲିଛି । ସିବିଆଇର ୫ଜଣିଆ ଟିମ୍ ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଚଢାଉ ହେଉଥିବା ସ୍ଥାନମଧ୍ୟରେ ଭୁବନେଶ୍ୱର ରହିଛି । ତେବେ ଅନ୍ୟସ୍ଥାନ ଗୁଡିକ ସଂପର୍କରେ ବିଶେଷ ତଥ୍ୟ ହାସଲ ହୋଇନାହିଁ । ସେପଟେ ସିବିଆଇ ମଧ୍ୟ ଏହି ଚଢାଉ ସଂପର୍କରେ କୌଣସି ମୁହଁ ଖୋଲିନାହିଁ । ଚଢାଉ ସଂପୂର୍ଣ୍ଣ ହେବା ପରେ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।





