Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପତ୍ନୀଙ୍କୁ ହତ୍ୟା ପରେ ଜିରୋ ନାଇଟ ସେଲିବ୍ରେସନ୍ କଲା ସ୍ୱାମୀ

by ସଞ୍ଜୟ ସ୍ୱାଇଁ
January 2, 2023
in Crime, State
ପତ୍ନୀଙ୍କୁ ହତ୍ୟା ପରେ ଜିରୋ ନାଇଟ ସେଲିବ୍ରେସନ୍ କଲା ସ୍ୱାମୀ
202
VIEWS
Share on FacebookShare on Twitter

ରମ୍ଭା/ଗଞ୍ଜାମ, (ବାଘୁଆବାର୍ତ୍ତା): ଘରୋଇ କଳିରୁ ପତ୍ନୀଙ୍କୁ ହତ୍ୟା କଲା । ପରେ ମଦ୍ୟପ ସ୍ୱାମୀ ଗାଁରେ ଜିରୋ ନାଇଟ୍ ସେଲିବ୍ରେସନ ବି କଲା । ସକାଳେ ସ୍ତ୍ରୀକୁ ଡାକ୍ତରଖାନା ନେଇଥିଲା । ସେଠାରେ ସ୍ତ୍ରୀର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ । ଏନେଇ ଡାକ୍ତରଖାନା ପକ୍ଷରୁ ପୁଲିସକୁ ଖବର ଦଆଯାଇଥିଲା । ପୁଲିସ ପହଞ୍ଚିବା ପରେ ଘଟଣା ସାମ୍ନାକୁ ଆସିଲା । ମୃତା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ମୟୂରପଦା ଗ୍ରାମର ସିଏଚ. ଜାନକୀ(୩୦) । ହୁମା ଫାଣ୍ଡି ପୁଲିସ ଅଭିଯୁକ୍ତ ସ୍ୱାମୀ ସିଏଚ୍ ଲକ୍ଷ୍ମଣ ରେଡି(୩୫)ଙ୍କୁ ଗିରଫ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ଡାକ୍ତରଖାନା ପଠାଇ ଅଧିକ ତଦନ୍ତ ଜାରି ରଖିଛି । ହୁମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ମୟୂରପଦା ଗ୍ରାମକୁ ଯାଇ ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଛାନଭିନ୍ କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୟୂରପଦା ଗ୍ରାମର ଲକ୍ଷ୍ମଣ ୧୭ ବର୍ଷ ପୂର୍ବେ ବେଣୀଗୌରୀ ଗ୍ରାମର ଜାନକୀଙ୍କୁ ବିବାହ କରିଥିଲେ। ଲକ୍ଷ୍ମଣ ଜଣେ ଡ୍ରାଇଭର ଏବଂ ସେ ବାହାର ରାଜ୍ୟରେ ଗାଡ଼ି ଚଳାଉଥିଲେ । ୮ ଦିନ ତଳେ ସେ ଗାଁକୁ ଆସିଥିଲେ । ବିବାହ ପରଠାରୁ ଅଧିକ ଯୌତୁକ ଦାବିରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅଧିକାଂଶ ସମୟରେ କଳହ ହେଉଥଲା । ଏନେଇ ଜାନକୀଙ୍କୁ ମାରପିଟ୍ କରୁଥଲା ଲକ୍ଷ୍ମଣ ବୋଲି ଗ୍ରାମବାସୀ କହିଛନ୍ତି । ଶନିବାର ରାତିରେ ଲକ୍ଷ୍ମଣ ପ୍ରଚୁର ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀଙ୍କ ସହ ଝଗଡ଼ା କରିଥିଲା । ବାପା ମା’ଙ୍କ ଝଗଡ଼ା ଦେଖି ଝିଅ ଜୟନ୍ତୀ(୧୪) ଓ ପୁଅ ନରସିଂହ (୯)ସେହି ଗ୍ରାମର ପିଉସୀ ଘରକୁ ଚାଲି ଯାଇଥିଲେ । ଜାନକୀ ଏକୁଟିଆ ଘରେ ଶୋଇଥିଲେ । ଏହାର ସୁଯୋଗରେ ଅଭିଯୁକ୍ତ ଏକ ଲୁହାରଡ୍‌ରେ ଜାନକୀଙ୍କ ବେକକୁ ମାଡ଼ି ବସି ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।ହତ୍ୟା କରିବା ପରେ ଗାଁ ପିଲାଙ୍କ ସହ ଜିରୋ ନାଇଟ୍ ପାଳନ କରିଥିଲା ଲକ୍ଷ୍ମଣ । ନିଶା ଛାଡ଼ିବା ପରେ ଭୋରରୁ ଘରକୁ ଯାଇ ଲକ୍ଷ୍ମଣ ଏକ ଅଟୋରେ ମୃତ ଜାନକୀଙ୍କୁ ଛତ୍ରପୁର ଡାକ୍ତରଖାନା ନେଇଥିଲେ । ମୃତଦେହ ଦେଖି ଡାକ୍ତର ହୁମା ଫାଣ୍ଡିକୁ ଜଣାଇଥିଲେ । ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ତ୍ୱରାନ୍ୱିତ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!