Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପତ୍ନୀ ହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲଦଣ୍ଡ

by ସଞ୍ଜୟ ସ୍ୱାଇଁ
December 27, 2022
in Crime, State
ଗ୍ରାହକଙ୍କୁ ଠକିବା ଓ ମାନସିକ ନିର୍ୟାତନା ଦେବା ମହଙ୍ଗା ପଡ଼ିଛି ରାଜଧାନୀର ଏକ କାର୍‌ ସୋ ରୁମ୍‌କୁ
61
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ପତ୍ନୀ ହତ୍ୟା ଅପରାଧରେ ବନ୍ତ ଥାନା ତରାଗ ଗ୍ରାମର ଶିଶିର ବେହେରାଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଆଶିଷ କୁମାର ତ୍ରିପାଠୀ ଭାରତୀୟ ପିଙ୍ଗଳ କୋଡର ଦଫା ୩୦୨ରେ ଦୋଷି ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ପୁନଶ୍ଚ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ମାନ୍ୟବର ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ବିବରଣି ଅନୁଯାୟି ବନ୍ତ ଥାନା ତରାଗ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ସେହି ଗ୍ରାମର ରବିନ୍ଦ୍ର ବାରିକଙ୍କ କନ୍ୟା ମିନାକ୍ଷିକୁ ଗତ ୨୦୧୨ ମସିହା ମଇ ମାସରେ ବିବାହ କରିଥିଲେ। ବିବାହ ସମୟରେ ସମସ୍ତ ଦାବି ଯୌତୁକ ଦିଆ ଯାଇଥିଲେ ମଧ୍ୟ ବିବାହ ପରେ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଏକ ମୋଟର ସାଇକେଲ କିଣିବା ପାଇଁ ୫୦ ହଜାର ବାପ ଘରୁ ଆଣିବାକୁ କହିଥିଲେ। ମିନାକ୍ଷି ସେଥିରେ ରାଜି ନ ହେବାରୁ ତାକୁ ଶଶୁର,ଶାଶୁ ଗୀତାଞ୍ଜଳି ସମେତ ତାର ଅଜା ଜୟକୃଷ୍ଣ ପ୍ରଧାନ ମଧ୍ୟ ଅକଥନିୟ ନିର‌୍ୟ୍ୟାତନା ଦେଉଥିଲେ। ଉଭୟଙ୍କ ଗୋଟିଏ ପିଲା ମଧ୍ୟ ଜନ୍ମ ଲାଭ କରିଥିଲା। ପୂର୍ଣ୍ଣଚନ୍ଦ୍ର ମିନାକ୍ଷିକୁ ଘରୁ ପଳାଇ ଯିବା ପାଇଁ ଧମକ ଦେଉଥିଲେ, ସେ ନ ଗଲେ ଦ୍ବିତିୟ ବିବାହ କରିବା ପାଇଁ ମଧ୍ୟ ଧମକ ଦେଉଥିଲା। ୨୦୧୬ ମସିହା ଫେବୃଆରି ମାସ ୨୦ ତାରିଖରେ ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ଫାଣ୍ଡିରେ ଏକ ଝିଅ ସହ ଅଟକ ଥିବାର ଜାଣି ସେଠାକୁ ଯାଇ ପୂର୍ଣ୍ଣଚନ୍ଦ୍ରକୁ ଉଦ୍ଧାର କରି ଅଣା ଯିବା ପରେ ସେ ଏମିତି କେବେ ଆଉ କରିବ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେଇଥିଲା। ମାତ୍ର ଗତ ୨୦୧୬ ମହସିହା ମାର୍ଚ୍ଚ ମାସ ୯ ତାରିଖରେ ମିନିକ୍ଷିକୁ ନିଆଁ ଲଗାଇ ପୋଡି ଦେଉ ଥିବାର ଖବର ପାଇ ତା ବାପ ଘର ଲୋକ ସେଠାକୁ ଯାଇ ଦେଖିଲେ ସେ ନିଆଁରେ ଜଳୁଛି । ତା ଦେହରେ କନ୍ଥା ପକାଇ ତାକୁ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ତା ଅବସ୍ଥା ଗୁରୁତ୍ତର ଥିବାରୁ ତାକୁ ତୁରନ୍ତ କଟକ ସ୍ଥାନାନ୍ତର କରା ଯାଇ ସେଠାରେ ଚିକିତ୍ସିତ ହେଉଥିବା ବେଳେ ମିନାକ୍ଷିଙ୍କ ପିତା ରବିନ୍ଦ୍ର ଥାନାରେ ଲିଖିତ ଏତେଲା ଦେଇଥିଲେ। ତାକୁ ଭିତ୍ତି କରି ବନ୍ତ ଥାନା କେସ ନମ୍ବର ୨୬/୨୦୧୬ ଦଫା ୪୯୮ (କ), ୨୯୪, ୩୦୭ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ମିନାକ୍ଷିର ମୃତ୍ୟୁ କାଳିନ ଜମାନ ବନ୍ଦି ରେକର୍ଡିଂ କରିଥିଲା।ଯେଉଁଥିରେ ତାକୁ ସ୍ବାମୀ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା କଥା କହିଥିଲା। ଏହି ମାମଲାରେ ପୋଲିସ ସ୍ବାମୀ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିଥିଲା ଓ ଚାର୍ଜସିଟରେ ୩୦୨ ଦଫାରେ ଦେଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପିତା ଓ ମାତା, ଅଜାଙ୍କୁ ମଧ୍ୟ ଅପରାଧି ଭାବରେ ସାମିଲ କରିଥିଲା। ସେହି ଦିନରୁ ପୂର୍ଣ୍ଣଚନ୍ଦ୍ର ବିଚାରାଧିନ ବନ୍ଦୀ ଭାବରେ ଜେଲରେ ଅଟକ ରହିଛି। ମାମଲାଟି ST no – 20/240/16 ରେ ବିଚାର ଚାଲୁଥିଲା। ବିଚାର ସମୟରେ ଅଭିଯୋଗକାରୀ ପୂର୍ଣ୍ଣ ଚନ୍ଦ୍ରଙ୍କ ବିରୁଦ୍ଧରେ କିଛି ଅଭିଯୋଗ କରି ନ ଥିଲେ ମଧ୍ୟ ମିନାକ୍ଷିର ମୃତ୍ୟୁକାଳିନ ଜମାନବନ୍ଦୀକୁ ବିଶ୍ବାସକୁ ନେଇ ପୂର୍ଣ୍ଣଚନ୍ଦ୍ରକୁ ବିଚାରପତି ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ତାର ବାପା ମାଆକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଅଭିଯୋଗକାରୀଙ୍କ ତରଫରୁ ସରକାରି ଓକିଲ ଅରୁଣ ମିଶ୍ର, ସୂର‌୍ୟ୍ୟକାନ୍ତ କୁଅଁର ମାମଲା ପରିଚାଳନା କରୁଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!