ବ୍ରହ୍ମପୁର, (ବାଘୁଆବାର୍ତ୍ତା): ପେଶାରେ ହିନ୍ଦୀ ଶିକ୍ଷକ, ବୃତ୍ତି କିନ୍ତୁ ନକଲି ଦେଶୀ ମଦ ବିକ୍ରି କରିବା। ଦୀର୍ଘ ୧୫ ବର୍ଷ ଧରି ଏହି ବ୍ୟବସାୟ କରି ପୋଲିସ ଓ ଅବକାରୀ ବିଭାଗର ନିଦ ହଜାଇ ଦେଇଥିବା ହିନ୍ଦୀ ଶିକ୍ଷକଙ୍କୁ ଶେଷରେ ଅବକାରୀ ଗୁଇନ୍ଦା ବିଭାଗ ଏଏସଆଇ ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ ଆଜି ମଦ ବିକ୍ରି କରୁଥିବା ସମୟରେ ଚଢ଼ାଉ କରି ଗିରଫ କରିଛନ୍ତି କ୍ଷ ହିନ୍ଦୀ ଶିକ୍ଷକଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ ଜବତ ହୋଇଛି କ୍ଷ ସଦରଥାନା ଅନ୍ତର୍ଗତ କୁକୁଡାଖଣ୍ଡି ନିକଟ ବଳରାମପଲ୍ଲୀ ଗ୍ରାମରେ ଏହି ଚଢ଼ାଉ ହୋଇଛି। ଶିକ୍ଷକ ଜଣକ ସତପାଣ୍ଡିଆ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଥିବା ଅବକାରୀ ଗୁଇନ୍ଦା ବିଭାଗ ସୂତ୍ରରୁ ପ୍ରକାଶକ୍ଷ ଶିକ୍ଷକ ଜଣକ ତାଙ୍କ ଘରେ ହିଁ ନକଲି ଦେଶୀ ମଦ ପାଉଚ କାରଖାନା କରିଥିଲେ କ୍ଷ ବିନା ଲୋଗରେ ଖାଲି ଜରି ପ୍ୟାକେଟରେ ଗ୍ରାହକଙ୍କୁ ବିକ୍ରି କରୁଥିଲେ କ୍ଷ ଏହାର ସୂଚନା ମିଳିବା ପରେ ଅବକାରୀ ବିଭାଗ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି।





