ଭଦ୍ରକ, (ବାଘୁଆବାର୍ତ୍ତା):ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ଆଜି ରାନ୍ଦିଆ ଛକ ନିକଟରୁ କ୍ୟୁରିଅର ଗାଡି ଡ୍ରାଇଭରଙ୍କ ଠାରୁ ମୋବାଇଲ୍ ଫୋନ୍ ଡକାୟତି କରିଥିବା ସମୟରେ ୩ ହାଇୱେ ଲୁଟେରାକୁ ଗିରଫ କରିଛି। ଗିରଫ ଡକାୟତ ମାନେ ଦିଲବର୍ ସାହା, ମୁକିତ ଖାନ୍, ପୁରୁଣା ବାଜରର ଟିକିଲି ଖାନ ବୋଲି ଜଣାପଡ଼ିଛି। ସେମାନଙ୍କ ପକ୍ଷରୁ ମୋବାଇଲ୍ ଫୋନ ଉଦ୍ଧାର କରାଯାଇଛି ଏବଂ ଏକ ବାଇକ ମଧ୍ୟ ଜବତ କରାଯାଇଛି । ଏହାକୁ ନେଇ ଗ୍ରାମାଞ୍ଚଳର ଥାନାରେ PS କେସ୍ ନଂ 373/21,21 U / S 394 IPC ରେ ମାମଲା ରୁଜୁ କରାଯାଇ ଏହି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।






