Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅମ୍ରିତ ଅପହରଣ ମାମଲା, ୩ ଗିରଫ, ଡେମୋ ଦେଖାଇଲେ ଅପହରଣକାରୀ

by ସଞ୍ଜୟ ସ୍ୱାଇଁ
December 20, 2022
in Crime, Nayagarh, State
ଅମ୍ରିତ ଅପହରଣ ମାମଲା, ୩ ଗିରଫ, ଡେମୋ ଦେଖାଇଲେ ଅପହରଣକାରୀ
1.1k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ନିଖୋଜର ୫ ଦିନ ପରେ ଉଦ୍ଧାର ହୋଇଛି । ପୁଲିସ ନାବାଳକକୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି । ଅପହରଣ ପଛର ରହସ୍ୟକୁ ଜିଲ୍ଲାବାସୀ ଚାହିଁ ବସିଥିବା ବେଳେ ଏହା ପଛରେ ଏକ ବଡ଼ ଧରଣର ଯୋଜନାବଦ୍ଧ କାମ ରହିଥିବ ସୂଚନା ମିଳିଛି । ପୁଲିସ ଆଜି ତିନି ଜଣଙ୍କୁ ଗିରଫ କରିଛି । ଅମ୍ରିତ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନଦର୍ଶନ ପଣ୍ଡା, ଭକ୍ତଦର୍ଶନ ପଣ୍ଡା ଓ ସୁନିଲ କୁମାର ପାଣିଗ୍ରାହୀ ଙ୍କୁ ଆଜି ଗିରଫ କରି କୁରାଳ ଗ୍ରାମରେ କିପରି ଅପହରଣ କରିଥିଲେ ଏହାର ଡେମୋ ଦେଖାଇଥିଲେ ଅପହରଣକାରୀ । ବୁଧବାର ଏହାର ରହସ୍ୟ ଖୋଲାଯିବ ବୋଲି ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି ।

ଅମ୍ରିତକୁ ୧୫ ତାରିଖ ରାତିରେ ଅପହରଣ କରାଯାଇଥିଲା । ଅପହରଣ କାରୀମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିବା ବେଳେ ଏକ ଗାଡ଼ିରେ ଅମ୍ରିତକୁ ନେଇ ଯାଇଥିଲେ । ବିଭିନ୍ନ ସ୍ଥାନ ବୁଲାବୁଲି କରାଇବା ପରେ କୁରାଳର ପଣ୍ଡିତ ସାହିରେ ଆଣି ରଖିଥିଲେ ବୋଲି ଜଣାଯାଇଛି । ଏହି ଅପହରଣ ପଛରେ ବ୍ୟବସାୟୀକ ଶତୃତା ଏବଂ ଟଙ୍କା ଲୋଭରେ ଅପହରଣ ହୋଇଥିବା ଆଲୋଚନା ହେଉଛି । ଅପହରଣ ପଛରେ କୁରାଳ ଗ୍ରାମର କିଛି ବ୍ୟକ୍ତି ଏବଂ ବାହାରୁ କିଛି ବ୍ୟକ୍ତି ସାମିଲ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ।  ଓଡ଼ଗାଁ ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ନେଇ କୁରାଳ ଗ୍ରାମର ସ୍କ୍ରିନ ରିକ୍ରିଏସନ କରିଛି । କେଉଁ ଭଳି ଅପହରଣ କରିଥିଲେ ଏବଂ ଅପହରଣ ପରେ ଅମ୍ରିତକୁ କେଉଁଠି ରଖିଥିଲେ ତାହାକୁ ଅଭିଯୁକ୍ତମାନେ ପୁଲିସକୁ ଦେଖାଇଛନ୍ତି । ଏହା ସହିତ ଅମ୍ରିତକୁ ଆଜି କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ଼ କରଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ଅମ୍ରିତର ବାପା ମା ଖୁସି ଅନୁଭବ କରିଛନ୍ତି । ସାମ୍ବାଦିକ, ପୁଲିସ ଓ କୁରାଳ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି । ସୁଚନା ଥାଉକି ଅମ୍ରିତ ନିଖୋଜ ହେବାର ପରଦିନ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଅମ୍ରିତଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଖୁବ ଶୀଘ୍ର ଆସାମି ମାନେ ଧରାପଡିବେ ବୋଲି ସୁଚନା ଦେଇଥିଲେ । ନୟାଗଡ଼ ବିଧାୟକ ନୟାଗଡ଼ ପୁଲିସ ସହ ପ୍ରତିଦିନ ଯୋଗାଯୋଗ କରି କିପରି ଅମ୍ରିତ ସୁସ୍ଥ ଅବସ୍ଥାରେ ଘରକୁ ଫେରିବ ସେଥିପାଇଁ ଉଦ୍ୟମ ଜାରି ରଖିଥିଲେ । ନୟାଗଡ଼ ପୁଲିସ ପକ୍ଷରୁ ତପ୍ତରତା ପ୍ରକାଶ କରି ବିଭିନ୍ନ ବିକଳ୍ପ ବ୍ୟବସ୍ଥା କରିଥିଲେ । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଆସନ୍ତା କାଲି ଅପହରଣର ପ୍ରକୃତ କାରଣ ଜଣାପଡିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!