ନୟାଗଡ, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ସୁବୁଦ୍ଧି ସାହିର କାଳିଆ ପାତ୍ରଙ୍କ ପୁଅ ଅମିତ ପାତ୍ର ଗତ କାଲି ସନ୍ଧ୍ୟାଠାରୁ ନିଖୋଜ ହୋଇଛି । ସନ୍ଧ୍ୟାରେ ଟିଉସନ ସାରି ଫେରୁଥିବା ସମୟରେ ୧୨ ବର୍ଷର ନାବାଳକର ପତା ମିଳୁନି । ଟିଉସନରୁ ଘରକୁ ଫେରୁଥିବାବେଳେ ନିଖୋଜ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଅମ୍ରିତଙ୍କୁ କିଏ ଅପହରଣ କରିଥିବା ନେଇ ପରିବାର ଚିନ୍ତାରେ ଥିବା କହିଛନ୍ତି । ସେପଟେ ପୋଖରୀ ରାସ୍ତାର ଏକ ବାଉଁଶ ବୁଦାରୁ ଅମ୍ରିତର ସାଇକେଲ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଓଡଗାଁ ଥାନା ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି ।






