ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । କେତେବେଳେ ଟ୍ୟାଙ୍କର ଭିତରେ ତ କେତବେଳେ ବାଇଗଣ, କଖାରୁ ବୋଝେଇ ଗାଡିରେ। ଗଞ୍ଜେଇ ଚାଲାଣ ପାଇଁ ସବୁବେଳେ ମାଫିଆ ବାଛିଥାନ୍ତି ନୂଆ ନୂଆ ଉପାୟ। ଏଥର ମଧ୍ୟ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଜବତ କରିଛି ବିପୁଳ ଗଞ୍ଜେଇ। ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଗୋଳନ୍ଥରା ପୁଲିସ୍ । ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଥାନା ସମ୍ମୁଖରୁ ଧରିଲା ପୋଲିସ। ବ୍ଲକିଙ୍ଗ କରି ପୋଲିସ ଯାଞ୍ଚ କରୁଥିଲା। ଏହି ସମୟରେ ଏକ ପେଟ୍ରୋଲ ଟ୍ୟାଙ୍କରକୁ ପୋଲିସ ଯାଞ୍ଚ କରିଥିଲା। ଟ୍ୟାଙ୍କର ଭିତରୁ ବାହାରିଲା ୬୩ ପ୍ୟାକେଟ ଗଞ୍ଜେଇ। ୨୫୦ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା ମୋହନାରୁ କଲିକତା ଏହି ଗଞ୍ଜେଇ ଚାଲାଣ ହେଉଥିଲା। ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।





