Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଇଖାନା ଘର ଭିତରୁ ଯୁବ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
September 5, 2021
in Crime, State
ପାଇଖାନା ଘର ଭିତରୁ ଯୁବ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର
98
VIEWS
Share on FacebookShare on Twitter

ଦାରିଙ୍ଗବାଡ଼ି, (ବାଘୁଆବାର୍ତ୍ତା): ପାଇଖାନା ଘରୁ ମୃତଦେହ ଉଦ୍ଧାର । ମୃତକ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ରବିନ୍ଦ୍ର ନାଥ ବେହେରାଙ୍କ ପୁଅ ରାକେଶ ବେହେରା ବୋଲି ଜଣାପଡିଛି । ସେ ଆର୍‌କେଡ଼ି ନାମକ ଏକ ଠିକାସଂସ୍ଥାରେ ଇଞ୍ଜିନିୟର ଭାବେ କାର୍ୟ୍ୟ କରୁଥିଲେ । ଦାରିଙ୍ଗବାଡ଼ି ଲୋହରା ସାହିରେ ଘଟିଛି ଘଟଣା । ଖବର ଅନୁଯାୟୀ, ରାକେଶ କିଛି ଦିନ ହେଲା ଗାଁରୁ ଆସି କାର୍ୟ୍ୟରେ ଯୋଗଦେଇଥିଲେ । ଶନିବାର ସଂଧ୍ୟା ସମୟରେ ସେ ଆସିବା ପର ଠାରୁ ସକାଳ ଯାଏଁ ଘରୁ ବାହାରକୁ ବାହାରିନଥିଲେ । ତେବେ କୌଣସି କାରଣରୁ ଘରମାଲିକ ରାକେଶଙ୍କ ସହ କଥା ହେବାକୁ ଯାଇଥିଲେ । ହେଲେ ସେ କବାଟ ଖୋଲିନଥିଲେ କି ଉତ୍ତର ଦେଇନଥିଲେ । ଏହାର କିଛି ସମୟ ପରେ ପୁଣି ଡାକିଥିଲେ ହେଲେ ମଧ୍ୟ ଉତ୍ତର ନମିଳିବାରୁ ସାହିଲୋକ ମାନେ ଆସି କବାଟକୁ ବାଡେଇଥିଲେ । ଏହାପରେ ଥାନାକୁ ଖବର ଦିଆଯାଇଥିଲେ । ଥାନା ଅଧିକାରୀ ଆସିବା ପରେ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତରେ ଘର କବାଟ ଭାଙ୍ଗିଥିଲେ । ରାକେଶ ଉଲଗ୍ନ ଅବସ୍ଥାରେ ପାଇଖାନାରେ ପଡ଼ିଥିବାର ଦେଖିଥିଲେ ଅଧିକାରୀ । ଏହାପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ଏହି ଘଟଣାରେ କେଶ ନଂ ୯/୨୦୨୧ ରେ ରୁଜୁକରି ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!