Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ, ଏନେଇ ମହିଳାଙ୍କର ଥାନାରେ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
September 5, 2021
in Crime, State
ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ, ଏନେଇ ମହିଳାଙ୍କର ଥାନାରେ ଅଭିଯୋଗ
112
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନିଜକୁ ସୂଚନା ଅଧିକାର କର୍ମୀ ବୋଲି କହି ବୁଲୁଥିବା ପ୍ରଦୀପ ପ୍ରଧାନଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ପ୍ରଦୀପଙ୍କ ଇଙ୍ଗିତରେ ତାଙ୍କର ଜଣେ ସହଯୋଗୀ ବାଲିପାଟଣା ଅଞ୍ଚଳରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ଏନେଇ ପୀଡ଼ିତା ଶୁକ୍ରବାର ଦିନ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପରେ ପୁଲିସ୍‌ ଆରମ୍ଭ କରିଛି ତନାଘନା । ସଂପୃକ୍ତ ମହିଳାଙ୍କ ଅଭିଯୋଗ ମୁତାବକ, କିଛି ମାସ ତଳେ ପ୍ରଦୀପ ତାଙ୍କୁ ଭେଟି କହିଥିଲେ, ସେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପାଇଁ କାର୍ୟ୍ୟ କରୁଛନ୍ତି । ସେଥିପାଇଁ ମହିଳା ସଙ୍ଗଠନକୁ ମଜଭୁତ୍‌ କରିବାର ଅଛି । ଅଳ୍ପ ଟଙ୍କା ଦେଇ ତୁମେ ଆମ ସହ ସାମିଲ ହୁଅ, ଆଉ ବିଭିନ୍ନ ମହିଳାଙ୍କୁ ବୁଝାଇ ସଙ୍ଗଠନରେ ଯୋଡ଼। ମୁଁ ତୁମକୁ କଟକ ଅଫିସ୍‌ ଦାୟିତ୍ୱ ଦେବି । ମାସକୁ ୧୫ ହଜାର ଟଙ୍କା ମିଳିବ । ତାଙ୍କ କଥାରେ ମହିଳା ରାଜି ହୋଇ ଯାଇଥିଲେ । ପ୍ରଦୀପ ଗତ ମାସ ୩୦ ତାରିଖରେ କଟକରେ ସଙ୍ଗଠନ ବୁଝୁଥିବା ଜିତେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଘରକୁ ଡାକି ମହିଳାଙ୍କ ସହିତ ଚିହ୍ନା ପରିଚୟ କରାଇ ସେଠାରୁ ଚାଲି ଯାଇଥିଲେ । ଜିତେନ୍ଦ୍ର କଟକ ଅଫିସ୍‌ ବାବଦରେ ବୁଝାଇବା ବଦଳରେ ଆରମ୍ଭ କରିଥିଲେ ମହିଳାଙ୍କୁ ଅସଦାଚରଣ । ସେ ବହୁ କଷ୍ଟରେ ସେଠାରୁ ଖସି ଆସିଥିଲେ । ଅସଦାଚରଣ ବିଷୟରେ ସେ ପ୍ରଦୀପଙ୍କୁ ଜଣାଇଥିଲେ । ହେଲେ ପ୍ରଦୀପ ତାଙ୍କୁ କହିଥିଲେ ତାଙ୍କ କଥା ମାନି ନିଅ, ତମର ଲାଭ ହେବ । ନ ହେଲେ ଅସୁବିଧାରେ ପଡ଼ିବ । ଏହାଶୁଣି ମହିଳା ରାଗିଯାଇ ସଙ୍ଗଠନ ଛାଡ଼ିଦେବେ ବୋଲି କହିବା ସହ ଟଙ୍କା ଫେରସ୍ତ ମାଗିଥିଲେ । ପ୍ରଦୀପ ତାଙ୍କୁ ଗାଳି କରିବା ସହ ଟଙ୍କା କଥା କିଛି ଜାଣି ନଥିବା କହିଥିଲେ । ଏମିତିକି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି । ଏଥିରେ ଡରି ଯାଇ ଘରକୁ ପଳାଇଥିଲେ ମହିଳା । ଗତ ୩ ତାରିଖରେ ଘଟଣା ବିଷୟରେ ତାଙ୍କ ସ୍ୱାମୀଙ୍କୁ କହିବା ପରେ ସେ ଏତଲା ଦେବାକୁ କହିଥିଲେ । ସଂପୃକ୍ତ ମହିଳା ଆଜି ମହିଳା ଥାନରେ ଏତଲା ଦେଇଛନ୍ତି । ପୁଲିସ୍‌ କହିଛି ପ୍ରଦୀପ ଫେରାର ଅଛନ୍ତି । ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!