Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋର୍ଟ ରୁମ୍‌ରେ ପଶି ଯୁବକଙ୍କ ଏସ୍‌ଡିଜେଏମ୍‌ଙ୍କୁ ଆକ୍ରମଣ ଉଦ୍ୟମ

by ସଞ୍ଜୟ ସ୍ୱାଇଁ
November 28, 2022
in Crime, State
କୋର୍ଟ ରୁମ୍‌ରେ ପଶି ଯୁବକଙ୍କ ଏସ୍‌ଡିଜେଏମ୍‌ଙ୍କୁ ଆକ୍ରମଣ ଉଦ୍ୟମ
412
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଏକ ମାମଲାର ଶୁଣାଣି ଚାଲିଥିବା ବେଳେ SDJMଙ୍କୁ ଛୁରାରେ ଆକ୍ରମଣ କରିବାକୁ ଉଦ୍ୟମ କରିଛି ଜଣେ ଯୁବକ। ତେବେ ସୌଭାଗ୍ୟକୁ କୋର୍ଟ ରୁମ୍‌ରେ ଥିବା ଓକିଲମାନେ କୌଣସି ମତେ ଯୁବକଙ୍କୁ କାବୁ କରିବାରୁ ଏକ ବଡ଼ ଅଘଟଣ ଏଡ଼ାଇ ଦିଆଯାଇପାରିଛି। ଆଜି ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟରେ ଘଟିଥିବା ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣା ପରେ ପୁଲିସ ପହଞ୍ଚି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖଇ ପଚରାଉଚରା କରୁଛି। ଏହି ଯୁବକଙ୍କ ନାଁ ଭଗବାନ ସାହୁ ଓ ତାଙ୍କ ଘର ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। କୌଣସି ଏକ ମାମଲାରେ ସେ ଆଜି କୋର୍ଟକୁ ଆସିଥିଲେ ତେବେ ସୁରକ୍ଷା ବ୍ୟବସ୍ଥା ଢିଲାଥିବା ଦେଖି ଏସ୍‌ଡିଜେଏମ୍‌ଙ୍କ ଡାଏସ୍‌ ଉପରକୁ ଛୁରି ଧରି ଚଢ଼ି ଯାଇଥିଲେ। କୋର୍ଟକୁ ଆସିବା ବେଳେ ସେ ମଦ୍ୟପାନ କରିଥିବା ସୂଚନା ମିଳିଛି। ଏନେଇ ପ୍ରତ୍ୟେକ୍ଷଦର୍ଶୀ ଆଇନଜୀବୀ କୁନାଲ ସାହୁ କହିଛନ୍ତି, ଏସ୍‌ଡିଜେଏମ୍‌ କୋର୍ଟ ରୁମ୍‌ରେ କୌଣସି କାମରେ ବ୍ୟସ୍ତ ଥିବା ବେଳେ ସମ୍ପୃକ୍ତ ଯୁବକ ଆକ୍ରମଣ କରିଥିଲା। ଯେହେତୁ ଆଜି ଆଇନଜୀବୀମାନେ ସତ୍ୟାଗ୍ରହ ଆନ୍ଦୋଳନ କରୁଥିଲେ, କୋର୍ଟ କାମରେ ଯୋଗ ଦେଇ ନ ଥିଲେ। ତେବେ କୋର୍ଟ ରୁମ୍‌ରେ ସମ୍ପୃକ୍ତ ଯୁବକ ଆକ୍ରମଣ ଉଦ୍ୟମ କରୁଥିବା ଜାଣିବା ପରେ ଆଇନଜୀବୀମାନେ ପହଞ୍ଚି ଥିଲେ। ଏହି ସମୟରେ ଜଜ୍ ସମ୍ପୃକ୍ତ ବ୍ୟକ୍ତିଙ୍କ ହାବୁଡ଼ରୁ ରକ୍ଷା ପାଇବା ନିମନ୍ତେ ଉଦ୍ୟମ କରୁଥିଲେ। ତେବେ ବହୁ କଷ୍ଟରେ ଆଇନଜୀବୀମାନେ ସମ୍ପୃକ୍ତ ଯୁବକକୁ କାବୁ କରିବା ପରେ ଏକ ବଡ଼ ଅଘଟଣ ରୋକାଯାଇପାରିଥିଲା। ବ୍ରହ୍ମପୁର ଏସ୍‌ପି ଓ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!